ଓଡିଶା

odisha

By

Published : Nov 29, 2020, 5:44 PM IST

ETV Bharat / state

ପରୀ ପ୍ରସଙ୍ଗ: ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା

ରବିବାର ପରୀ ହତ୍ୟାକାଣ୍ଡକୁ ନେଇ ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପରୀ ହତ୍ୟାକାଣ୍ଡକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା
ପରୀ ହତ୍ୟାକାଣ୍ଡକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା

ଢେଙ୍କାନାଳ: ପରୀ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ତେଜିବାରେ ଲାଗିଛି। ସେହିପରି ରବିବାର ଏହି ଘଟଣାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପରୀ ହତ୍ୟାକାଣ୍ଡକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା

ଏହି ବିକ୍ଷୋଭରେ ବିଜେପି କର୍ମୀମାନେ ବାଜିଚୌକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଢେଙ୍କାନାଳ ସହର ରଥଗଡା ଠାରେ ପହଞ୍ଚି ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିବା ସହ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଲା ମହିଳା ମୋଚ୍ଚା। ଏହି ଶୋଭାଯାତ୍ରାରେ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details