ଓଡିଶା

odisha

By

Published : Feb 10, 2021, 10:36 PM IST

ETV Bharat / state

ଢେଙ୍କାନାଳର ବିଜେଡି ନେତା ସିଦ୍ଧେଶ୍ବରୀ ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ

ଢେଙ୍କାନାଳର ବିଜେଡି ନେତା ସିଦ୍ଧେଶ୍ବରୀ ପ୍ରସାଦ ମିଶ୍ର ଓରଫ ବାବି ମିଶ୍ରଙ୍କ ଅକାଳ ବିୟୋଗ । ପାନକ୍ରୀୟା ସଂକ୍ରମଣ ଜନିତ ରୋଗରେ ଦୀର୍ଘଦିନ ହେଲା ସେ ପିଡୀତ ଥିଲେ।

ବିଜେଡି ନେତା ସିଦ୍ଧେଶ୍ବରୀ ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ
ବିଜେଡି ନେତା ସିଦ୍ଧେଶ୍ବରୀ ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ

ଢେଙ୍କାନାଳ: ଦୃଢ଼ ସଙ୍ଗଠକ ତଥା ବିଜେଡି ନେତା ଢେଙ୍କାନାଳର ସିଦ୍ଧେଶ୍ବରୀ ପ୍ରସାଦ ମିଶ୍ର ଓରଫ ବାବି ମିଶ୍ରଙ୍କ ଅକାଳ ବିୟୋଗ । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ୫୦ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ପାନକ୍ରୀୟା ସଂକ୍ରମଣ ଜନିତ ରୋଗରେ ଦୀର୍ଘଦିନ ହେଲା ସେ ପିଡୀତ ଥିଲେ।

ସ୍ବର୍ଗତ ଶିଦ୍ଧେଶ୍ବରୀ ପ୍ରସାଦ ମିଶ୍ର ଢେଙ୍କାନାଳର ଜଣେ ଦୃଢ଼ ଯୁବ ନେତା ତଥା ବିଜେଡି ଦଳର ଜଣେ ସକ୍ରିୟ ନେତା ଥିଲେ । ପୂର୍ବରୁ କଂଗ୍ରେସର ଜଣେ ଟାଣୁଆ ଯୁବନେତା ଭାବେ ସୁପରିଚିତ ଥିବାବେଳେ ଛାତ୍ର ଜୀବନରୁ ଜଣେ ସକ୍ରିୟ କଂଗ୍ରେସ ଯୁବନେତା ଭାବେ ଉଭୟ ଜିଲ୍ଲା ଓ ରାଜ୍ୟର ନିଜର ପତିଆରା ସୃଷ୍ଟି କରିଥିଲେ ।

ଦୁଇ ଦୁଇଥର ଢେଙ୍କାନାଳ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ବିଧାନସଭା ଆସନ ପାଇଁ ଲଢ଼ିଥିଲେ । ତାଙ୍କର ଏହି ଅକାଳ ମୃତ୍ୟୁରେ ଢେଙ୍କାନାଳ ସହରରେ ଶୋକରଛାୟା ଖେଳିଯାଇଛି। ତେବେ ତାଙ୍କ ଶେଷ ଦର୍ଶନ ପାଇଁ ଢେଙ୍କାନାଳ ସହରର ଭାଗିରଥି ବିହାର ସ୍ଥିତ ବାସଭବନ ଲୋକାରଣ୍ୟ ହୋଇଉଠିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details