ଓଡିଶା

odisha

ETV Bharat / state

କଳାପତାକା ଦେଖାଇଲେ, ଠେଙ୍ଗା ପାହାର ଖାଇଲେ - dhenkanal bjd bjp workers

ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ଠେଙ୍ଗାରେ ପିଟିଲା ବିଜେଡି । ଅଧିକ ପଢନ୍ତୁ

କଳାପତାକା ଦେଖାଇଲେ, ଠେଙ୍ଗା ପାହାର ଖାଇଲେ
କଳାପତାକା ଦେଖାଇଲେ, ଠେଙ୍ଗା ପାହାର ଖାଇଲେ

By

Published : Nov 21, 2021, 8:16 AM IST

ଢେଙ୍କାନାଳ:ରାଜ୍ୟରେ ଥମୁନି ମମିତା ମେହର ହତ୍ୟାକାଣ୍ଡର ତାତି । ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲେ ସୁଦ୍ଧା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଡି ବସିଛି ବିରୋଧୀ । ବିଶେଷକରି ରାଜ୍ୟରେ ଅଧିକ ହୋହାଲ୍ଲା କରୁଛନ୍ତି ବିଜେପି କର୍ମୀ । ଯାହାକୁ ନେଇ ଏବେ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଢେଙ୍କନାଳ ଗସ୍ତକୁ ବିଜେପି କର୍ମୀ ବିରୋଧ କରିବାରୁ ସେମାନଙ୍କୁ ଶାସକ ଦଳ କାର୍ଯ୍ୟକର୍ତ୍ତା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କଳାପତାକା ଦେଖାଇଲେ, ଠେଙ୍ଗା ପାହାର ଖାଇଲେ

ଗତକାଲି(ଶନିବାର) ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଯାଇଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବିରେ ଅଡି ବସିଥିବା ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଳାପତାକା ଦେଖାଇ ବିରୋଧ କରିଥିଲେ । ଯାହାକୁ ଦେଖି ତାତିଥିଲେ ବିଜେଡି କର୍ମୀ । ନବୀନ ବାବୁ ଆମକୁ ଚାଉଳ ଦେଲେ, ହେଲଥ୍ କାର୍ଡ ଦେଲେ, ଘର ଦେଲେ, ଏହାସତ୍ତ୍ବେ ବି ତାଙ୍କୁ କାହିଁକି କଳାପତାକା ପ୍ରଦର୍ଶନ କରୁଛି ବୋଲି କହି ପ୍ରଦର୍ଶନକାରୀଙ୍କୁ ଠେଙ୍ଗା ପାହାର ଦେଇଛନ୍ତି ଶାସକ କର୍ମୀ ।

ସୂଚନାଯୋଗ୍ୟ, ପୂର୍ବରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ ଜିଲ୍ଲା ବିଜେପି ବିରୋଧ କରିବ ବୋଲି ଘୋଷଣା କରିଥିଲା । ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏପରିକି ବିରୋଧ ପ୍ରଦର୍ଶନ ଆଶଙ୍କାରେ ସନ୍ଦେହ ଘେରରେ ଥିବା ବିଜେପି ଓ କଂଗ୍ରେସର ୧୩ ଜଣ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା । ହେଲେ ଅନ୍ୟପଟେ ସଭାସ୍ଥଳ ଠାରୁ ମାତ୍ର ତିନି ଶହ ମିଟର ଦୂରରେ ପୂର୍ବତନ ବିଧାୟକ ତଥା ବିଜେପି ନେତା କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ପ୍ରାୟ ୨୦ ଜଣ ବିଜେପି କର୍ମୀ କଳାପତାକା ଧରି ନାରବାଜି ଦେବା ଆରମ୍ଭ କରିଥିଲେ ଏବଂ ଏହାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିଲେ । ଉଭୟ ଦଳଙ୍କ ମଧ୍ୟରେ ଘମାଘୋଟ ଲଢେଇରେ ଠେଙ୍ଗା ମାଡ ବାଜିଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଜେପି କର୍ମୀଙ୍କୁ ନେଇ ଅଟକ ରଖିଥିଲା । ଏହି ଧସ୍ତାଧସ୍ତିରେ ଢେଙ୍କାନାଳ ପୌରାଞ୍ଚଳର ପୂର୍ବତନ କାଉନସିଲର ତଥା ବିଜେପି ନେତା ସନ୍ତୋଷ ରାଉତ ଆହତ ହୋଇଥିବା ପ୍ରକାଶ କରିଛନ୍ତି । ସେପଟେ ଏନେଇ ବିଜେଡି ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details