ଓଡିଶା

odisha

By

Published : Feb 10, 2020, 9:54 PM IST

ETV Bharat / state

ଫେବୃଆରୀ 14ରେ ଢେଙ୍କାନାଳ ବନ୍ଦ ଡାକରା, ମେଡିକାଲ କଲେଜ ପ୍ରତିଷ୍ଠା ଦାବି

ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରାଯିବା ଓ ନୂତନ ଡାକ୍ତରଖାନରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଲୋକେ । ଏହି ଦାବିରେ ଆସନ୍ତା ଫେବୃଆରୀ ୧୪ ତାରିଖକୁ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ...

dhenkanal band in February 14
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରାଯିବା ଓ ନୂତନ ଡାକ୍ତରଖାନରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଲୋକେ । ଏହି ଦାବି ନେଇ ଆସନ୍ତା ଫେବୃଆରୀ ୧୪ ତାରିଖରେ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି ।

ଗତ 2 ବର୍ଷ ପୂର୍ବେ ଅତି ତରବରିଆ ଭାବେ ଜିଲା ମୁଖ୍ୟ ଡାକ୍ତରଖାନାକୁ ନୂତନ ଗୃହକୁ ସ୍ଥାନାନ୍ତରିତ କରାଯାଇଛି । ସେତେବେଳେ ସ୍ଥାନୀୟ ଲୋକେ ବିରୋଧ କରିବାରୁ ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରାଯିବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ମାତ୍ର ଦୁଇ ବର୍ଷ ହେଲା ପୁରୁଣା ଡାକ୍ତରଖାନାର କୋଟି କୋଟି ଟଙ୍କାର ସମ୍ପତି ଖତ ଖାଇଲାଣି । ଡାକ୍ତରଖାନା ପରିସର ମଦ୍ୟପଙ୍କ ଆଡ୍ଡା ହୋଇ ଯାଇଛି । ଅପରପକ୍ଷେ ଢେଙ୍କାନାଳରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ରହିଛି । ମାତ୍ର ସରକାର ଢେଙ୍କାନାଳବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ଜନସାଧାରଣ ପ୍ରତିକ୍ରିୟା ଦେଇଛନ୍ତି ।


ଏଥିପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ସମସ୍ତ ସରକାରୀ, ବେସରକାରୀ ସଂସ୍ଥା ସହ ବଜାର ମଧ୍ୟ ରହିବାକୁ କୁହାଯାଇଛି । ଏହାସହ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । ବୈଠକରେ ଢେଙ୍କାନାଳର ବାଣିଜ୍ୟ ସଙ୍ଗଠନ, ଆଇନଜୀବୀ ଓ ବିଭିନ୍ନ ସଙ୍ଗଠନ ସାମିଲ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details