ଓଡିଶା

odisha

ETV Bharat / state

ସ୍ବଂୟ ଶାସିତ ମାନ୍ୟତା ପ୍ରତ୍ୟାହାରକୁ ବିରୋଧ, ରାଜରାସ୍ତାରେ ଶହଶହ ଛାତ୍ରଛାତ୍ରୀ - dhenkanal autonomus college student protest

ଢେଙ୍କାନାଳ ସ୍ବଂୟ ଶାସିତ ମାନ୍ୟତା ପ୍ରତ୍ୟାହାରକୁ ବିରୋଧ । ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ ଛାତ୍ରଛାତ୍ରୀ । 2ଘଣ୍ଟା ଧରି ରାସ୍ତା ରୋକ୍‌ କରିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ସ୍ବଂୟ ଶାସିତ ମାନ୍ୟତା ପ୍ରତ୍ୟାହାରକୁ ବିରୋଧ

By

Published : Nov 1, 2019, 5:54 PM IST

ଢେଙ୍କାନାଳ: ସ୍ବୟଂ ଶାସିତ ମାନ୍ୟତା ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଶହ ଶହ ଛାତ୍ରଛାତ୍ରୀ । 2ଘଣ୍ଟା ଧରି ରାସ୍ତା ରୋକ ଯୋଗୁଁ ଯାନବାହନ ଚଳାଚଳରେ ପ୍ରଭାବିତ । ସ୍ବୟଂ ଶାସିତ ମାନ୍ୟତା ପ୍ରତ୍ୟାହାର ବିରୋଧରେ ଢେଙ୍କାନାଳ ସ୍ବଂୟ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଭଳି ଆନ୍ଦୋଳନ କରିଛନ୍ତି । ଫଳରେ ବେଶ୍ କିଛି ଘଣ୍ଟା ପାଇଁ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସ୍ବଂୟ ଶାସିତ ମାନ୍ୟତା ପ୍ରତ୍ୟାହାରକୁ ବିରୋଧ

ସୂଚନା ଅନୁସାରେ, ଢେଙ୍କାନାଳ ମହାବିଦ୍ୟାଳୟରୁ ସ୍ବଂୟ ଶାସିତ ମାନ୍ୟତା ହଟାଇବା ନେଇ ଚିଠି ଆସିବା ଜାଣି ପାରି ଆନ୍ଦୋଳନକୁ ଓହ୍ଲାଇଥିଲେ ମହାବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଏହି ମହାବିଦ୍ୟାଳୟଟି ୧୯୫୯ ମସିହାରୁ ସ୍ଥାପିତ । ଯାହାକି ଅବିଭକ୍ତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ପ୍ରଥମ ଓ ସର୍ବପୁରାତନ କଲେଜ । କଲେଜର ସୁନାମ ଓ ଶିକ୍ଷାଗତ ମାନର ଫଳାଫଳକୁ ନେଇ ଗତ ୨୦୦୨ ମସିହାରୁ ଏହାକୁ ସ୍ବଂୟ ଶାସିତ ମାନ୍ୟତା ମିଳିଥିଲା ।

ମାତ୍ର ବିଗତ କିଛି ବର୍ଷ ଧରି କଲେଜ କର୍ତ୍ତପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୬୦ଜଣ ସ୍ଥାୟୀ ଅଧ୍ୟାପକଙ୍କ ମଧ୍ୟରୁ ମାତ୍ର ୨୬ଜଣ ରହିଛନ୍ତି । ଖାଲି ସେତିକି ନୁହେଁ ଉପସ୍ଥାପନ କ୍ରମଶଃ ହ୍ରାସ ପାଉଛି । ଫଳରେ ବାରମ୍ବାର ତାଗିଦ ପରେ ଶେଷରେ କଲେଜରୁ ସ୍ବୟଂ ଶାସିତ ମାନ୍ୟତା ପ୍ରତ୍ୟାହାର ପାଇଁ ଉଚ୍ଚ କତୃପକ୍ଷଙ୍କ ଚିଠି ଦେଇଛନ୍ତି । ଯାହାକୁ ଜୋରଦାର ବିରୋଧ କରି ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ।

ଖବରପାଇ ଘଟଣାସ୍ଥଳକୁ ଟାଉନ ଥାନା ଅଧିକାରୀ ଓ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପହଞ୍ଚି ୨୪ ଘଣ୍ଟା ସମୟ ମଧ୍ୟରେ ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details