ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ପୌର କର୍ତ୍ତୃପକ୍ଷଙ୍କ ଅମାନବୀୟ କାଣ୍ଡକୁ ନେଇ ଚର୍ଚ୍ଚା । କୋଭିଡ ସଂକ୍ରମିତ ମୃତଦେହକୁ ନେଇ ଜଙ୍ଗଲରେ ଫୋପାଡ଼ି ଦେଇଥିବା ଅଭିଯୋଗ । ସଂକ୍ରମଣ ଆଶଙ୍କାରେ ଆତଙ୍କିତ ଆଞ୍ଚଳବାସୀ ।
ସୂଚନା ଅନୁଯାୟୀ, କାମାକ୍ଷାନଗର ମୁଣ୍ଡି ଦେଉଳି ଅଞ୍ଚଳର ଜଣେ ରାଜ୍ୟପାଳ ପୁରସ୍କୃତ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସମସ୍ତେ କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ସମସ୍ତ ପୀଡିତ ଗୃହ ସଙ୍ଗରୋଧରେ ଥିବାବେଳେ ପ୍ରଧାନ ଶିକ୍ଷକଙ୍କର ରବିବାର ମୃତ୍ୟୁ ଘଟିଛି । ମୃତ୍ୟୁର ଦୀର୍ଘ ୧୨ଘଣ୍ଟା ପରେ ମଧ୍ୟ ସମ୍ପର୍କୀୟଙ୍କ ଠାରୁ ସାହି ପଡିଶା କେହି ମଧ୍ୟ ସଂକ୍ରମଣ ଭୟରେ ପାଖକୁ ଯାଇନଥିଲେ । ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ମୃତଦେହକୁ ବନ୍ଦଘରୁ ଉଦ୍ଧାର କରି ଶେଷକୃତ୍ୟ ସମ୍ପନ୍ନ ପାଇଁ ନେଇଥିଲେ ।