ଓଡିଶା

odisha

ETV Bharat / state

ଲକଡାଉନ ସତ୍ତ୍ବେ ଆବଶ୍ୟକତା ସାମଗ୍ରୀ ଆଳରେ ଢେଙ୍କାନାଳ ସହର ଭିଡ - corona effect

କୋରୋନାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାରେ ଲକଡାଉନ ସତ୍ତ୍ବେ ଜନସାଧାରଣ ଏହାକୁ ଅବମାନନା କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିବାରୁ ଢେଙ୍କାନାଳ ସହରରେ ଏହାକୁ ଆଳ କରିଛନ୍ତି ସାଧାରଣଲୋକେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ସତ୍ତ୍ବେ ଆବଶ୍ୟକତା ସାମଗ୍ରୀ ଆଳ କରୁଛନ୍ତି ଜନସାଧାରଣ
ଲକଡାଉନ ସତ୍ତ୍ବେ ଆବଶ୍ୟକତା ସାମଗ୍ରୀ ଆଳ କରୁଛନ୍ତି ଜନସାଧାରଣ

By

Published : Mar 24, 2020, 5:54 PM IST

Updated : Mar 24, 2020, 7:14 PM IST

ଢେଙ୍କାନାଳ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା ପରେ ଢେଙ୍କାନାଳ ଜିଲ୍ଲାରେ ଜନସାଧାରଣଙ୍କୁ କଟକଣା ଜାରି କରାଯାଇଛି । ଏପରିକି ଲକଡାଉନ କଟକଣା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୭ଟା ଯାଏଁ ଖୋଲିବାର ସ୍ବତନ୍ତ୍ର ଭାବେ ସମୟ ନିର୍ଘଣ୍ଟ କରାଯାଉଛି । ତେବେ ଢେଙ୍କାନାଳରେ ବସ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିବା ଦେଖାଯାଇଥିଲା । ମାତ୍ର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିବାରୁ ଢେଙ୍କାନାଳ ସହରରେ ଏହାକୁ ଆଳ କରିଛନ୍ତି ସାଧାରଣଲୋକେ । ଫଳରେ ଢେଙ୍କାନାଳ ଜିଲ୍ଲାରେ ମଙ୍ଗଳବାର ଏହି ଲକଡାଉନ ଘୋଷଣା ସତ୍ବେ ସହରର ରାସ୍ତାକୁ ଦେଖିଲେ ଲୋକମାନେ କୋରୋନା ସଚେତନତାକୁ ଫୁ କରିଦେଇଥିବା ଭଳି ପରିଲକ୍ଷିତ ହୋଇଛି ।

ଲକଡାଉନ ସତ୍ତ୍ବେ ଆବଶ୍ୟକତା ସାମଗ୍ରୀ ଆଳରେ ଢେଙ୍କାନାଳ ସହର ଭିଡ

ଫଳରେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ଓ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଅଟକାଇ ଘରୁ ନବାହାରିବା ବୁଝାସୁଝା କରି ସଚେତନତା କରୁଥିବା ଦେଖାଯାଇଥିଲା । ଏହା ମଧ୍ୟରେ ଢେଙ୍କାନାଳ ସହରର ରଥଗଡା ଓ ବାଜିଚୌକସ୍ଥିତ ଦୈନିକ ପରିବା ମାର୍କେଟର ଲୋକମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଫଳରେ ଟାଉନ ପୋଲିସ ଲୋକମାନଙ୍କୁ ସଚେତନତା କରିବା ସହ ତାଗିଦ କରୁଥିବା ଦେଖାଯାଇଥିଲା ।

କହିବାକୁ ଗଲେ ଲକଡାଉନରେ ପ୍ରଶାସନର କଟକଣା ସତ୍ତ୍ବେ ଭୟଙ୍କର କୋରୋନା ଭାଇରସର ସଂକ୍ରମଣକୁ ନେଇ ଜନସାଧାରଣରେ ଏପରି ବେଫିକର ମନୋଭାବ ଢେଙ୍କାନାଳରେ ପ୍ରଶାସନର କୋଠର ଆଭିମୁଖ୍ୟ ଆବଶ୍ୟକତା ଦେଖାଦେଇଛି ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 24, 2020, 7:14 PM IST

ABOUT THE AUTHOR

...view details