ଓଡିଶା

odisha

ETV Bharat / state

ପୁନଃନିଯୁକ୍ତି ଦାବିରେ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା - tata company

କୋରୋନା ସଙ୍କଟ ସମୟରେ ଏନଜେନ କର୍ମଚାରୀମାନଙ୍କ ଛଟେଇ ଏବେ ସେମାନଙ୍କ ପାଇଁ ସମସ୍ୟା ହୋଇ ଠିଆ ହୋଇଛି । ଯାହାର ପ୍ରତିବାଦରେ ଏକତ୍ରୀତ ହୋଇ ପୁନଃନିଯୁକ୍ତି ଦାବି କରିଛନ୍ତି କର୍ମଚାରୀ । ଅଧିକ ପଢନ୍ତୁ..

ଢେଙ୍କାନାଳରେ ଛଟେଇ ଏନଜେନ କର୍ମଚାରୀମାନଙ୍କ ପୁନଃନିଯୁକ୍ତି ଦାବି
ଢେଙ୍କାନାଳରେ ଛଟେଇ ଏନଜେନ କର୍ମଚାରୀମାନଙ୍କ ପୁନଃନିଯୁକ୍ତି ଦାବି

By

Published : Jun 9, 2020, 6:32 PM IST

ଢେଙ୍କାନାଳ: ଜିଲ୍ଲାରେ ଠିକାରେ ନେଇଥିବା ବିଦ୍ୟୁତ ସେବାକୁ ଏନଜେନ ଠାରୁ ସେସୁ ପ୍ରତ୍ୟାହାର କରି ଏବେ ଟାଟାକୁ ହସ୍ତାନ୍ତର କରିଛି । ଫଳରେ ଏନଜେନରେ ନିୟୋଜିତ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଦେଇଥିବା ଜଣାପଡିଛି । ଯାହାକୁ ନେଇ ଏନଜେନ ଛଟେଇ କର୍ମଚାରୀମାନେ ପୁନଃନିଯୁକ୍ତି ଦାବି କରି ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଛନ୍ତି । ଭୁବନ ବ୍ଲକରେ ଏନଜେନ କର୍ମଚାରୀମାନେ ଛଟେଇ ପ୍ରତିବାଦରେ ମଙ୍ଗଳବାର ଏକତ୍ରିତ ହୋଇଥିଲେ ।

ଢେଙ୍କାନାଳରେ ଛଟେଇ ଏନଜେନ କର୍ମଚାରୀମାନଙ୍କ ପୁନଃନିଯୁକ୍ତି ଦାବି

ସୂଚନାମୁତାବକ, ଢେଙ୍କାନାଳ ଜିଲ୍ଲାର ଏନଜେନର ୧୦୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ସେମାନଙ୍କର ଚାକିରୀ ହରାଇଥିବା ବେଳେ ଭୁବନ ଅଧିନସ୍ଥ ୧୫୦ ଜଣ କର୍ମଚାରୀ ସାମିଲ ଅଛନ୍ତି । କୋରୋନା ସଙ୍କଟ ସମୟରେ କର୍ମଚାରୀମାନଙ୍କୁ ଛଟେଇ କରାଯିବା ସେମାନଙ୍କ ପାଇଁ ଏବେ ଚିନ୍ତା ବଢାଇ ଦେଇଛି । ଫଳରେ ପୂନର୍ବାର ସେମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।

ଢେଙ୍କାନାଳରେ ଛଟେଇ ଏନଜେନ କର୍ମଚାରୀମାନଙ୍କ ପୁନଃନିଯୁକ୍ତି ଦାବି

ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ସହିତ ସମସ୍ତ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details