ଢେଙ୍କାନାଳ:କୋଭିଡ ଚିହ୍ନଟ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା । ପାଞ୍ଚଘଣ୍ଟା ଧରି ବାହାରେ ପଡିରହିଲେ ଗର୍ଭବତୀ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟରେ । ଡାକ୍ତରଖାନା କର୍ମଚାରୀଙ୍କ ଖାମଖିଆଲି ମନୋଭାବ ପାଇଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ।
ସୂଚନାମୁତାବକ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଖାନାକୁ ପ୍ରସୂତି ପାଇଁ ଆସିଥିବାବେଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ଡାକ୍ତରଖାନା ପକ୍ଷ୍ରୁ ଚିକିତ୍ସା ମିଳିନଥିଲା । ଚିକିତ୍ସା ଅଭାବରୁ ମହିଳାଜଣକ ପ୍ରାୟ ପାଞ୍ଚଘଣ୍ଟା ହେବ ଯନ୍ତ୍ରଣାରେ ଛଟ ପଟ ହୋଇଥିବା ଦେଖିବାକୁ ମିଳିଥିଲା । କୋଭିଡରେ ଆକ୍ରାନ୍ତ ହୋଇଥିବା ଆଳରେ ଡାକ୍ତରଖାନା ଭିତରକୁ ପ୍ରବେଶ କରିବାକୁ ମନା କରିଦେଇଥିଲେ । ଏପରିକି କଟକ ସ୍ଥାନାନ୍ତରଣ କରିବାକୁ କିଛି ବ୍ୟବସ୍ଥା ମଧ୍ୟ କରିନଥିବା କହିଛନ୍ତି ମହିଳାଙ୍କ ପରିବାର ।