ଢେଙ୍କାନାଳ: ଜିଲ୍ଲାର ପରଜଙ୍ଗ ବାଲିଝୁରୀ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ କୁଟୁରିଆ ଗ୍ରାମର ଶେଷଦେବ ବେହେରା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଶେଷଦେବ ଗତ 4ଦିନ ହେବ ନିଖୋଜ ଥିଲେ । ଗୁରୁବାର ସନ୍ଧ୍ୟା ବେଳକୁ ତାଙ୍କର ମୃତଦେହ ବାଲିଝୁରୀ ଜଙ୍ଗଲ ନିକଟରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତଦେହ ଉପରେ ଗଛ ଡାଳ ଘୋଡାଇ ଦିଆଯାଇଥିଲା । ତେଣୁ ଏହା ଏକ ହତ୍ୟାକାଣ୍ଡ ହେବା ନେଇ ସନ୍ଦେହ କରାଯାଉଛି ।