ଓଡିଶା

odisha

ETV Bharat / state

ଛେଳି ଚୋରି ନେଇ ଯୁବକଙ୍କୁ ହତ୍ୟା, 10 ବର୍ଷ ପରେ ଖୋଲିଲା ମୃତ୍ୟୁର ରହସ୍ୟ - 10 ବର୍ଷ ପରେ ଖୋଲିଲା ମୃତ୍ୟୁର ରହସ୍ୟ

ଢେଙ୍କାନାଳରେ ଚାଞ୍ଚଲ୍ୟ । 10 ବର୍ଷ ପରେ ମାଟିତଳୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ଏହି ଘଟଣାରେ 3 ଜଣଙ୍କୁ ଗିରଫ କଲା ଢେଙ୍କାନାଳ ପୋଲିସ । ଅଧିକ ପଢ଼ନ୍ତୁ

dead body found of a missing person in soil after 10 years of murder in dhenkanal
ଛେଳୀ ଚୋରି ନେଇ ଯୁବକଙ୍କୁ ହତ୍ୟା, 10 ବର୍ଷ ପରେ ଖୋଲିଲା ମୃତ୍ୟୁର ରହସ୍ୟ

By

Published : Dec 12, 2022, 12:16 PM IST

ଛେଳୀ ଚୋରି ନେଇ ଯୁବକଙ୍କୁ ହତ୍ୟା

ଢେଙ୍କାନାଳ:10 ବର୍ଷ ପରେ ଖୋଲିଲା ମୃତ୍ୟୁର ରହସ୍ୟ । 2013 ମସିହାରୁ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ମିଳିଲା । ଯୁବକଙ୍କ ଶରୀରର କିଛି ହାଡ଼ ମାଟିତଳୁ ମିଳିବା ପରେ ଟେଷ୍ଟିଂ ପାଇଁ ପୋଲିସ ଲାବକୁ ପଠାଇଛି । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଞ୍ଚଳର ଦୋଳଗୋବିନ୍ଦ ବେହେରା ନାମକ ଯୁବକଙ୍କ ମୃତଦେହ ହାଡ଼ ବୋଲି ଜଣାପଡିଛି ।

2013ରୁ ଥିଲେ ନିଖୋଜ

ଗତ ୨୦୧୩ ମସିହା ଜୁଲାଇ ମାସରୁ ନିଖୋଜ ଥିଲେ ଦୋଳଗୋବିନ୍ଦ ବେହେରା । ପରିବାର ପକ୍ଷରୁ ପ୍ରଥମେ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା । ପରେ କୌଣସି ପତ୍ତା ନମିଳିବାରୁ ୧୫ ମାସ ପରେ ୨୦୧୪ ମସିହାରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ । ଆଉ ଏହାର ୧୦ ବର୍ଷ ପରେ ନିଖୋଜ ଦୋଳଗୋବିନ୍ଦ ବେହେରାଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ଢେଙ୍କାନାଳ ଟାଉନ ପୋଲିସ । ଏ ସଂକ୍ରାନ୍ତରେ ୩ ଜଣଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ସୁନ୍ଦରୀ ଖାଲର ସନ୍ତୋଷ ପ୍ରଧାନ, ଦିଲୀପ ନାଏକ ଓ ମାଘ ତଳ ବାହାଳୀ ଗ୍ରାମର ବଟକୃଷ୍ଣ ଦେହୁରୀ ବୋଲି ଜଣାପଡିଛି ।

ହତ୍ୟା ପରେ ମାଟିରେ ପୋତିଥିଲେ ମୃତଦେହ

ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଅପରାଧ ସ୍ଵୀକାର କରିଛନ୍ତି । ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ହତ୍ୟା ପରେ ମୃତଦେହ ପୋତା ଯାଇଥିବା ସ୍ଥାନକୁ ପୋଲିସ ଜେସିବି ସାହାଯ୍ୟରେ ଖୋଳିବା ପରେ ୨ଟି ହାଡ଼ ସ୍ଥାନୀୟ ସୁନ୍ଦରୀ ଖାଲ ଅଞ୍ଚଳରୁ ମିଳିଛି । ତେବେ ସେହି ସମୟରେ ମୃତ ଦୋଳ ଗୋବିନ୍ଦ ବାରମ୍ଵାର ଛେଳି ଚୋରି କରୁଥିବାରୁ ସାମାନ୍ୟ ଛେଳି ଚୋରୀକୁ ନେଇ ଇଲେକ୍ଟ୍ରି କରେଣ୍ଟ ଦ୍ୱାରା ଯୋଜନାବଦ୍ଧ ଭାବେ ହତ୍ୟା କରି ପୋତି ଦେଇଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଛନ୍ତି । ଫଳରେ ଘଟଣା ଉପରୁ ପରଦା ଉଠିବା ସହ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ଟାଉନ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details