ଓଡିଶା

odisha

ETV Bharat / state

କାର ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ଢେଙ୍କାନାଳରେ କାର ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଏକ କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

dead body found from the car in dhenkanal
ଷ୍ଟାର୍ଟ କାର ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By

Published : Mar 2, 2022, 3:27 PM IST

ଢେଙ୍କାନାଳ: କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଷ୍ଟାର୍ଟ କାର ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ନିକଟ ହିନ୍ଦୋଳ ଥାନା ଅଞ୍ଚଳରୁ ଷ୍ଟାର୍ଟ ଥିବା ଏକ କାରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି କାରର କାଚ ଭାଙ୍ଗି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ମୃତକଙ୍କୁ ନିକଟରୁ ମିଳିଥିବା ଆଧାରକାର୍ଡରୁ ପରିଚୟ ପାଇ ପୁଲିସ ତାଙ୍କ ପରିବାରକୁ ସୂଚନା ଦେଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ବ୍ୟକ୍ତି ଜଣଙ୍କ ଭୁବନ ଅଞ୍ଚଳର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ସେ ଛୋଟ ବେଳୁ ମହାରାଷ୍ଟ୍ର ନାଗପୁର ଅଞ୍ଚଳରେ ରହୁଥିବାବେଳେ ସେ ଜଣେ ବିବାହିତ ଅଟନ୍ତି । ଏବଂ ସେ ଜଣେ ବିତ୍ତଶାଳୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ତେବେ ସେ ଓଡିଶା କାହିଁକି ଆସିଥିଲେ ଓ କୁଆଡେ ଯାଉଥିଲେ ସେ ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଗତକାଲି ରାତିରେ ପଡା ଛକ କାଜଲ ଢ଼ାବା ନିକଟରେ ଏହି କାରଟି ଷ୍ଟାର୍ଟ ଥାଇ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ତେଣୁ ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details