ଢେଙ୍କାନାଳ: ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ପରଜଙ୍ଗ ଥାନା ସରାଙ୍ଗ ଗ୍ରାମର ମାନଗୋବିନ୍ଦ ବେହେରା l ସୂଚନା ଅନୁସାରେ ମାନଗୋବିନ୍ଦ ତାଳଚେରରୁ ସାଇକେଲରେ କୋଇଲା ବୋଝେଇ କରି ନିଜ ଗ୍ରାମ ସରାଙ୍ଗ ଫେରୁଥିବା ବେଳେ ପଛପଟୁ ଏକ ଅଜଣା ଗାଡି ତାଙ୍କୁ ବ୍ରାହ୍ମଣୀ ବ୍ରିଜ ଉପରେ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି l
ଅଜଣାଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ - ମାନଗୋବିନ୍ଦ ବେହେରା
ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ । ମୃତକ ପରଜଙ୍ଗ ଥାନା ସରାଙ୍ଗ ଗ୍ରାମର ମାନଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି । ଏପଟେ ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର । ଅଧିକ ପଢନ୍ତୁ...
![ଅଜଣାଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ ଅଜଣାଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ](https://etvbharatimages.akamaized.net/etvbharat/prod-images/768-512-10456246-thumbnail-3x2-dkl.jpg)
ଅଜଣାଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ
ଅଜଣାଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ
ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇଯାଇଛି । ତେବେ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇିଁ ପଠାଇବା ସହ ତଦନ୍ତ ଜାରି ରଖିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ