ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ମନ୍ଦାର ଗାଁ ମଠରେ ବୀଭତ୍ସ ହତ୍ୟାକାଣ୍ଡ । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା । ମଠର ମହନ୍ତ ବାବା ଦଶରଥଙ୍କୁ ଅଟକ ରଖି ଗଁଦିଆ ପୁଲିସର ଛାନଭିନ୍ ଆରମ୍ଭ ।
ତେବେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ବେଳେ ଘଟଣାସ୍ଥଳରେ ଏକ ବାଇକ ଓ ରକ୍ତ ଲାଗିଥିବା ପଥରଖଣ୍ଡ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ଗଁନ୍ଦିଆ ପୁଲିସ ପହଁଛି ମୃତଦେହ ଜବତ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ମଧ୍ୟ ମଠ ମହନ୍ତ ବାବା ଦଶରଥ ବେହେରାଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।