ଢେଙ୍କାନାଳ: ଢେଙ୍କାନାଳରେ ଜଣେ କୋରନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପୋଲିସ ଏସଆଇ ପ୍ରାଣବନ୍ଧୁ ସେଠୀ । ପ୍ରାଣବନ୍ଧୁଙ୍କ ଘର ତୁମୁସିଂହା ଥାନା କଣ୍ଟାପାଳ ଗ୍ରାମରେ । ପ୍ରାଣବନ୍ଧୁ ଢେଙ୍କାନାଳ ପୁଲିସ ରିଜର୍ଭରେ କାର୍ଯ୍ୟରତ ଥିଲେ । କୋରୋନା ପଜିଟିଭ୍ ଚିହ୍ନଟ ପରେ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଢେଙ୍କାନାଳରେ ପ୍ରଥମ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ - କୋରୋନା ଯୋଦ୍ଧାଙ୍କ ମୃତ୍ୟୁ
ଢେଙ୍କାନାଳରେ ଜଣେ କୋରନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପୋଲିସ ଏସଆଇ ପ୍ରାଣବନ୍ଧୁ ସେଠୀ ।

ଢେଙ୍କାନାଳରେ ପ୍ରଥମ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ
ଢେଙ୍କାନାଳରେ ପ୍ରଥମ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ
ତେବେ ରବିବାର ତାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2 ରେ ପହଁଚିଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ହନର ଦିଆଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ