ଓଡିଶା

odisha

ETV Bharat / state

ଢେଙ୍କାନାଳରେ କୋରୋନା ଭାକ୍ସିନର ଡ୍ରାଏ ରନ ଆରମ୍ଭ - covid _vaccin _dry run

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ କୋରୋନା ଭାକ୍ସିନର ଆରମ୍ଭ ହେଲା ଡ୍ରାଏ ରନ । ପ୍ରଥମ ପର୍ଯ୍ୟାୟରେ ଟୀକା ପାଇଁ ୭ ହଜାର ୭ ଶହ ୨୯ ଜଣ ପଞ୍ଜିକୃତ । ଅଧିକ ପଢନ୍ତୁ...

covid _vaccin _dry run _start_ in_ dhenkanal
ଢେଙ୍କାନାଳରେ କୋରୋନା ଭାକ୍ସିନର ଡ୍ରାଏ ରନ ଆରମ୍ଭ

By

Published : Jan 2, 2021, 8:10 PM IST

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ କୋରୋନା ଭାକ୍ସିନର ଆରମ୍ଭ ହେଲା ଡ୍ରାଏ ରନ। ପ୍ରଥମ ପର୍ଯ୍ୟାୟରେ ଟୀକା ପାଇଁ ୭ ହଜାର ୭ ଶହ ୨୯ ଜଣ ପଞ୍ଜିକୃତ ।

ଢେଙ୍କାନାଳରେ କୋରୋନା ଭାକ୍ସିନର ଡ୍ରାଏ ରନ ଆରମ୍ଭ

ମହାମାରୀ କୋରୋନାକୁ ମୁକାବିଲା ପାଇଁ ଭାକ୍ସିନ ପ୍ରସ୍ତୁତି ପରେ ଏବେ ବେଶ ତତ୍ପର ପ୍ରକାଶ ପାଇଛି । ଏପରିକି ଢେଙ୍କାନାଳ ଜିଲ୍ଲାରେ ଏହି ଟୀକା ଦେବାକୁ ଡ୍ରାଏ ରନ ଆରମ୍ଭ ହୋଇଛି ।

ଏହି ଅବସରରେ ଆଜି(ଶନିବାର) ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଏହି ଟୀକା ଦେବାକୁ ଅଭ୍ୟାସ କାର୍ଯ୍ୟକ୍ରମ ତଥା ଡ୍ରାଏ ରନକୁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପଯ୍ୟବେକ୍ଷଣ କରୁଥିଲେ । ଏହି ଡ୍ରାଏ ରନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଜାତାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତି ଓ ଅଭ୍ୟାସ କରାଇଥିଲେ ।

ଏହି କୋରୋନା ଟୀକା ଡ୍ରାଏ ରନ କାର୍ଯ୍ୟକ୍ରମରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ୨୫ ଜଣ କର୍ମଚାରୀ ସାମିଲ ହୋଇ ଟୀକା ନେବା ଓ ଟୀକା କିପରି ସଫଳତାର ସହ ଦିଆଯିବ ତାହା ଅଭ୍ୟାସ କରିଥିଲେ । ତେବେ କୋଭିଡ଼ ଭାକ୍ସିନ ଦେବାକୁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, କର୍ମଚାରୀ, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ମିଶାଇ ମୋଟ ୭ ହଜାର ୭ଶହ ୨୯ ଜଣ ପଞ୍ଜିକୃତ ହୋଇଛନ୍ତି ।

କୋଭିଡ ଭାକ୍ସିନ ଦେବା ଆରମ୍ଭ ହେଲେ ଏହି ପଞ୍ଜିକୃତମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା କରଣ କରାଯିବ ବୋଲି ସିଡିଏମଓ କହିଛନ୍ତି । ତେବେ ଜିଲ୍ଲାରେ କିପରି ଏହି କୋଭିଡ ନିରାକରଣ ଓ ଏହି ଟୀକା କରଣ କିପରି ସଫଳ ହେବ ସେଥିପାଇଁ ଏହି ଡ୍ରାଏ ରନ ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details