ଢେଙ୍କାନାଳ:କୋଭିଡ ମହାମାରୀ ହଜାଇ ଦେଇଛି ମାନବିକତା । ଆଉ କୋଭିଡ ସଂକ୍ରମଣ ଜନିତ ମୃତ୍ୟୁ ଜାଣିଲେ ସାହି ପଡିଶା ପାଖ ପଶିବା ତ ଦୂରରେ ଥାଉ ମୃତଦେହ ଛୁଉଁ ନାହାନ୍ତି ପରିବାର ଲୋକେ । ଏପରି ଏକ ଅଭାବନୀୟ ଘଟଣା ପୁଣି ଦେଖିବାକୁ ମିଳିଛି ଢେଙ୍କାନାଳ ସହର ତଳି ବୋରାପଦା ଗ୍ରାମରେ ।
ଏପରିକି ମୃତଦେହ ଦୀର୍ଘ ୧୦ଘଣ୍ଟା ଧରି ପଡିରହିବା ପରେ ଖବର ପାଇ ଢେଙ୍କାନାଳ ବଜରଙ୍ଗ କ୍ଲବର ଉତ୍ସାହୀ ଯୁବକମାନେ ପହଞ୍ଚି ମୃତଦେହକୁ ଶ୍ମଶାନକୁ ନେଇ ଦାହ କରିଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବୋରାପଦା ଗ୍ରାମର ଗୌରାଙ୍ଗ ମଲ୍ଲିକ ନାମକ ଜଣେ ପୂର୍ତ୍ତ ବିଭାଗର କର୍ମଚାରୀ କୋଭିଡ ସଂକ୍ରମଣରେ କୋଭିଡ ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।