ଓଡିଶା

odisha

ETV Bharat / state

ରଜରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ; ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର - ଆତ୍ମହତ୍ୟା ଖବର

ଅତ୍ୟଧିକ ଋଣ ଭାର ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତିି । ଆଖି ବୁଜିଲେ ସ୍ବାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Jun 17, 2023, 1:05 PM IST

ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଅସହ୍ୟ ହେଲା ଋଣ ଭାର । ରଜରେ ବୁଲାବୁଲି କରିବାକୁ ଯାଇଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଅବସ୍ଥାରେ ହସ୍ପିଟାଲ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ନାଧରା ରାମଚଣ୍ଡୀ ପୀଠରେ ଆଜି(ଶନିବାର) ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଦମ୍ପତି ହେଲେ ସଦର ଥାନା ଅନ୍ତର୍ଗତ ଭାଳିଆ ବୋଲକାଟେଣି ପଞ୍ଚାୟତ ଗୋହିରାଖାଲ ଗ୍ରାମର ବିରଞ୍ଚି ନାୟକ ଓ ପତ୍ନୀ ରଞ୍ଜୁବାଳା ନାୟକ ।

ସୂଚନା ମୁତାବକ, ବିରଞ୍ଚି ନାୟକ ଓ ପତ୍ନୀ ରଞ୍ଜୁବାଳା ଗତକାଲି ଶେଷ ରଜରେ ମୋଟଙ୍ଗା ଥାନା ଅନ୍ତର୍ଗତ ନାଧରା ରାମଚଣ୍ଡୀ ପୀଠକୁ ବୁଲିବାକୁ ଯାଇଥିଲେ । କିନ୍ତୁ ଆଉ ଫେରିନଥିଲେ । ଆଜି ସକାଳେ ଉଭୟ ରାମଚଣ୍ଡୀ ପୀଠରେ ମୂର୍ମୁଷୁ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ବିରଞ୍ଚିଙ୍କର ମୃତ୍ୟୁ ହୋଇଯାଇଥିଲା । ପତ୍ନୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ଏହି ଦମ୍ପତିଙ୍କର ୪ଟି ସନ୍ତାନ । ସେଥିମଧ୍ୟରୁ ଦୁଇ ଜଣ ବାହାଘର ସରିଥିବା ବେଳେ ଆଉ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଗତବର୍ଷ ଝିଅ ବାହାଘର ପାଇଁ ବିରଞ୍ଚି ୪ ଲକ୍ଷ ଟଙ୍କା ଉଧାର ଆଣିଥିଲେ । ହେଲେ ଟଙ୍କା ସୁଝି ନପାରିବା ଯୋଗୁଁ ଉଭୟ ସ୍ବାମୀ-ସ୍ତ୍ରୀ ଚିନ୍ତାରେ ରହୁଥିଲେ । ତେଣୁ ରାମଚଣ୍ଡୀ ପୀଠକୁ ବୁଲିବାକୁ ଯାଇଥିବା ବେଳେ ଦୁହେଁ ବିଷପାନ କରି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ରଜ ଦୋଳିରେ ଝୁଲିଛି ଯୁବକଙ୍କ ମୃତଦେହ, ବଢିଲା ହତ୍ୟା ସନ୍ଦେହ

ଯଦିଓ ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡି ନାହିଁ ତଥାପି ଋଣ ଭାର ପାଇଁ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ଛାନଭିନ କରୁଛି । ପ୍ରକୃତ କଥା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛନ୍ତି । ଅନ୍ୟପଟେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି ।

ଏହାମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡି, ସାଇକେଲରେ ବୁହାହେଲା ମୃତଦେହ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details