ଓଡିଶା

odisha

ETV Bharat / state

ଭୁବନରେ ବଢୁଛି କୋରୋନା ସଂକ୍ରମଣ, ଚେକିଂ ବ୍ୟବସ୍ଥା କଡାକଡି - କୋରୋନା ସଂକ୍ରମଣ

ଭୁବନ ଏନଏସିରେ ଶୁକ୍ରବାର ୩୧ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି ।

ଭୁବନରେ ବଢୁଛି କୋରୋନା ସଂକ୍ରମଣ, ଚେକିଂ ବ୍ୟବସ୍ଥା କଡାକଡି
ଭୁବନରେ ବଢୁଛି କୋରୋନା ସଂକ୍ରମଣ, ଚେକିଂ ବ୍ୟବସ୍ଥା କଡାକଡି

By

Published : Aug 14, 2020, 8:27 PM IST

ଢେଙ୍କାନାଳ: ଜିଲ୍ଲାର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ଭୁବନ ଏନଏସିର ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରାଯାଇଛି।

ଭୁବନରେ ବଢୁଛି କୋରୋନା ସଂକ୍ରମଣ, ଚେକିଂ ବ୍ୟବସ୍ଥା କଡାକଡି

ଭୁବନ ଏନଏସିରେ ଶୁକ୍ରବାର ୩୧ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି । ଯାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେଣୁ ପ୍ରଶାସନ ପକ୍ଷରୁ ଆମାନିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଭୁବନର ଗଳି କନ୍ଦିରେ ପୋଲିସ ପାଟ୍ରୋଲିଂ କରି ଅମାନିଆଙ୍କୁ ତାଗିଦ କରାଯାଉଥିବା ଦେଖାଯାଇଛି। ସେପଟେ ଭୁବନ ଏନଏସି କାର୍ଯ୍ୟାଳୟର ଜଣେ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସମସ୍ତ କର୍ମଚାରୀଙ୍କର ସ୍ବାବ ଟେଷ୍ଟ କରାଯାଇଛି। ଭୁବନର କାଳୀବଜାର, ନୁଆବଜାର ସମେତ ସମସ୍ତ ଛକ ମାନଙ୍କରେ ଭୁବନ ପୋଲିସ ତରଫରୁ ଚେକିଂ କଡାକଡି କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details