ଢେଙ୍କାନାଳ: କୋରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଛି ଟୀକାକରଣ । କିନ୍ତୁ ଟିକା ନେବାକୁ ଆସି ଲୋକେ କରୋନାରେ ସଂକ୍ରମିତ ହେବେନି ତ ? ଢେଙ୍କାନାଳ ଜିଲ୍ଲା ଭୁବନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଦେଖିବାକୁ ମିଳିଥିଲା ଠିକ୍ ଏମିତି କିଛି ଦୃଶ୍ୟ । ଭୁବନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଟିକା ନେବାକୁ ଆସି ପ୍ରବଳ ଭିଡ ପରିଲଖିତ ହେବା ସହ ଜନଅସନ୍ତୋଷ ମଧ୍ୟ ଦେଖାଦେଇଥିଲା ।
ସକାଳୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ନେବା ପାଇଁ ଆସି ଲୋକେ ଘେର ମଧ୍ୟରେ ଜୋତା, ବ୍ୟାଗ ଓ ହେଲମେଟ୍ ରଖି ନିଜର ପାଳିକୁ ଅପେକ୍ଷା କରିଥିଲେ । ଆଉ ପାଳି ଆସିବା ମାତ୍ରେ ଡାକ୍ତରଖାନା ସମ୍ମୁଖରେ ଆରମ୍ଭ ହୋଇଥିଲା ପ୍ରବଳ ଭିଡ । ନା ଥିଲା କାହାରି ମଧ୍ୟରେ ସୋମାଜିକ ଦୂରତା ନା କରୋନାକୁ ନେଇ ଲୋକେ ଥିଲେ ସଚେତନ । ଏହି ଭିଡକୁ ଦେଖି ଲାଗୁଛି ଜେମିତି କରୋନାକୁ ମାତ ଦେବା ପାଇଁ ସରକାରଙ୍କ ଦ୍ବାରା ଜାରି ହୋଇଥିବା ପ୍ରତ୍ୟେକ ନିୟମକୁ ବୋଧ ହୁଏ ଲୋକେ ଭୁଲିଯାଇଛନ୍ତି ।