ଢେଙ୍କାନାଳ: କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ଲକ୍ଷ ୧୭ହଜାର ୩୩୪ ଟଙ୍କା ପ୍ରଦାନ କଲେ ଢେଙ୍କାନାଳ ପୌରକର୍ମଚାରୀ । ମହାମାରୀ କରୋନାକୁ ନେଇ ଲକଡାଉନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଅସହାୟ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରାଯାଉଛି ।
କୋରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ ଲକ୍ଷ ଦେଲେ ପୌରକର୍ମଚାରୀ - Rs 1,16,339 given to the The Chief Minister relief fund
କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ଲକ୍ଷ ୧୭ହଜାର ୩୩୪ ଟଙ୍କା ପ୍ରଦାନ କଲେ ଢେଙ୍କାନାଳ ପୌରକର୍ମଚାରୀ । ମହାମାରୀ କରୋନାକୁ ନେଇ ଲକଡାଉନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଅସହାୟ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ...
କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଲେ ୧ଲକ୍ଷ ୧୭ହଜାର ୩୩୪ ଟଙ୍କା
ଏପରିସ୍ଥଳେ କରୋନା ପୀଡ଼ିତ ତଥା ଲକଡାଉନରେ ଅସହାୟ ଲୋକମାନଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଢେଙ୍କାନାଳ ପୌରସଂସ୍ଥାର କର୍ମଚାରୀ । ଫଳରେ ଆଜି ଢେଙ୍କାନାଳ ପୌର କର୍ମଚାରୀମାନେ ମିଳିତ ଭାବେ ୧ଲକ୍ଷ ୧୭ହଜାର ୩୩୪ଟଙ୍କା ଠୁଳ କରି ଚେକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।
ଏହି ଚେକକୁ ପୌର କର୍ମଚାରୀମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ