ଢେଙ୍କାନାଳ: ଭୟଙ୍କର କୋରୋନା ଭାଇରସର ମୁକାବିଲା ପାଇଁ ଢେଙ୍କାନାଳରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ସହ ବିଭିନ୍ନ ସଂସ୍ଥା, ଡାକ୍ତରଖାନା, ବସ୍ଷ୍ଟାଣ୍ଡ ରେଳଷ୍ଟେସନ ଆଦି ସ୍ଥାନ ଗୁଡିକୁ ଅଧିକ ଗୁରୁତ୍ବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।