ଓଡିଶା

odisha

ETV Bharat / state

କୋରୋନା ପଜିଟିଭ ଚିହ୍ନଟ ପରେ ଗ୍ରାମାଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା - ଗ୍ରାମାଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

ଢେଙ୍କାନାଳ ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଭୁବନ ବ୍ଲକ ଗଡନୃସିଂହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ମୁରୁଗା ଗ୍ରାମରେ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

corona cases increasing in Dhenkanal district
କୋରୋନା ପଜିଟିଭ ଚିହ୍ନଟ ପରେ ଗ୍ରାମାଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

By

Published : Jun 1, 2021, 5:05 PM IST

ଢେଙ୍କାନାଳ: କୋରୋନା ମହାମାରୀ ଦ୍ବିତୀୟ ଲହରର ଚେନକୁ ଭାଙ୍ଗିବା ପାଇଁ ସରକାର ଲକଡାଉନ ଓ ସଟଡାଉନର ଘୋଷଣା କରିଛନ୍ତି । ଯେଉଁ ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେହି ସ୍ଥାନରେ ସାତ ଦିନିଆ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଉଛି ।

କୋରୋନା ପଜିଟିଭ ଚିହ୍ନଟ ପରେ ଗ୍ରାମାଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କୋରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଭୁବନ ବ୍ଲକ ଗଡନୃସିଂହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ମୁରୁଗା ଗ୍ରାମରେ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସାତ ଦିନ ମୁରୁଗା ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ।

ସେହିପରି ଧଳପଡା ଗ୍ରାମରେ ଗତକାଲି ୩୦ରୁ ଉର୍ଦ୍ଧ୍ବ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଧଳପଡା ଗ୍ରାମକୁ ଜିଲ୍ଲାପାଳଙ୍କ ତରଫରୁ କାହିଁକି ପଦକ୍ଷେପ ନିଆଗଲା ନାହିଁ ସେଥିପାଇଁ ସରପଞ୍ଚ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିବାର ସୁଚନା ମିଳିଛି ।

ସେହିପରି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦିନକୁ ଦିନ କୋରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ପ୍ରଶାସନ ତରଫରୁ କୌଣସି କଟକଣା ଲଗାଯାଇ ପାରୁନାହିଁ । ପରିବା ବଜାର, ନୂଆବଜାର ଓ କାଳୀବଜାରରେ ଅମାନିଆଙ୍କ ଭିଡ ଦେଖିବାକୁ ମିଳୁଛି । ଅମାନିଆଙ୍କୁ ସାବାଡ କରିବାରେ ପ୍ରଶାସନ ଏକ ପ୍ରକାରର ନିଷକ୍ରିୟ ଦେଖାଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details