ଢେଙ୍କାନାଳ: ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଞ୍ଜନ ଦାସଙ୍କ ନେତୃତ୍ବରେ ଢେଙ୍କାନାଳ ସହରରେ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗୋପବନ୍ଧୁ ଟାଉନହଲ ଠାରୁୁ ବାଜିଚୌକ ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଓ ପରିଷ୍କାର ପରିଚ୍ଛନ୍ନତା ରହିବା ପାଇଁ ଅନୁରୋଧ କରିଥିଲେ ।
ଆଇନସେବା ପ୍ରାଧିକରଣର କୋରୋନା ସଚେତନତା କାର୍ଯ୍ୟକ୍ରମ - Corona Awareness Program
ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଞ୍ଜନ ଦାସଙ୍କ ନେତୃତ୍ବରେ ଢେଙ୍କାନାଳ ସହରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...
ଆଇନସେବା ପ୍ରାଧିକରଣର କରୋନା ସଚେତନତା କାର୍ଯ୍ୟକ୍ରମ
ଏହା ବ୍ୟତିତ ସରକାରଙ୍କ ସମସ୍ତ ଗାଇଡଲାଇନକୁ ମାନି ଚଳିବାକୁ ସଙ୍ଗୀତ ମାଧ୍ୟମରେ ସଚେତନତ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ପିଏଲଭି କବିତା ବେହେରା, ଗୋପାଳ ଚନ୍ଦ୍ର ଦଳାଇ ଓ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ