ଢେଙ୍କାନାଳ: ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଢେଙ୍କାନାଳ ସପ୍ତଶଯ୍ୟା ସ୍ଥିତ ନବଜୀବନପୁର ଠାରେ କୋରୋନା ମହାମାରୀର ଭୟବହତା ଓ ସଚେତନତା ସଂପର୍କରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମ ଏହି ମହାମାରୀକୁ କିପରି ରୋକାଯାଇପାରିବ ସେ ବିଷୟରେ ଲୋକଙ୍କୁ ଅବଗତ କରାଯାଇଥିଲା ।
ଆଇନସେବା ପ୍ରାଧିକରଣ ପକ୍ଷରୁ କୋରୋନା ସଚେତନତା - Corona Awareness in Dhenkanal
ଢେଙ୍କାନାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଢେଙ୍କାନାଳ ସପ୍ତଶଯ୍ୟା ସ୍ଥିତ ନବଜୀବନପୁର ଠାରେ କୋରୋନା ମହାମାରୀର ଭୟବହତା ଓ ସଚେତନତା ସଂପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Corona Awareness
ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନିର୍ଦ୍ଦେଶନାମାକୁ ମାନି ଚଳିବାକୁ ଅନୁରୋଧ କରିଥିଲେ । ଏହା ବ୍ୟତିତ ଯଦି କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି ତେବେ ସେମାନେ ଜିଲ୍ଲା ଆଇନସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଶେଷରେ ସେମାନଙ୍କୁ ସାନିଟାଇଜର, ମାସ୍କ, ସାବୁନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ