ଓଡିଶା

odisha

ETV Bharat / state

ଚୌକି ପାଇଁ ଟଣାଓଟରା, ଢେଙ୍କାନାଳ ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅଭାବନୀୟ ପରିସ୍ଥିତି - ଢେଙ୍କାନାଳ ସମାଜ ମଙ୍ଗଳ କାର୍ଯ୍ୟାଳୟ

ଚୌକି ଗୋଟିଏ । ମାତ୍ର ଅଧିକାରୀ ଦୁଇ । ଫଳରେ ଚୌକିକୁ ନେଇ ଦୁଇ ସରକାରୀ ଅଧିକାରୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ।

ଚୌଉକି ପାଇଁ ଟଣା ଓଟରା,  ଢେଙ୍କାନାଳ ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅଭାବନୀୟ ପରିସ୍ଥିତି
ଚୌଉକି ପାଇଁ ଟଣା ଓଟରା, ଢେଙ୍କାନାଳ ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅଭାବନୀୟ ପରିସ୍ଥିତି

By

Published : Sep 30, 2020, 12:26 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଚୌକିକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା । ଫଳରେ କାର୍ଯ୍ୟାଳୟର କର୍ମଚାରୀ ଏବେ ହରଡଘଣାରେ ପଡିଛନ୍ତି । ଯାହାଦ୍ବାରା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଏକ ପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।

ଚୌଉକି ପାଇଁ ଟଣା ଓଟରା, ଢେଙ୍କାନାଳ ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅଭାବନୀୟ ପରିସ୍ଥିତି

ସେପଟେ ଜିଲ୍ଲାପାଳ ଏହି ମାମଲାରେ ପ୍ରତିକ୍ରିୟା ଦେଉନଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦୁଇ ଅଧିକାରୀଙ୍କୁ ନେଇ ନା ନା ଦହଗଞ୍ଜ ହେଉଥିଲେ ମଧ୍ୟ ପାଟି ଖୋଲିପାରୁନାହାନ୍ତି ।

ସୂଚନାମୁତାବକ, ଏଠାରେ ଅବସ୍ଥାପିତ ଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ କହିବା ମୁତାବକ ସେ ଗତ ୧୬ ସେପ୍ଟେମ୍ବର ୨୦୧୯ରେ ଏଠାରେ ଯୋଗ ଦେଇଥିଲେ । ମାତ୍ର ଗୋଟିଏ ବର୍ଷ ନହେଉଣୁ ତାଙ୍କୁ ଏଠାରୁ ଅଚାନକ ଗତ ୨୨ ତାରିଖରେ ପୁଣି ବଦଳି କରାଯାଇ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ସେ କହିଛନ୍ତି । ତେବେ ନିୟମ ମୁତାବକ ଜିଲ୍ଲାପାଳ ମଧ୍ୟ ତାଙ୍କୁ ରିଲଭ୍‌ କରିନାହାନ୍ତି । ଏପରିକି ସେ ମାନ୍ୟବର ଅଦାଲତରେ ଆଶ୍ରୟ ନେବାରୁ ତାଙ୍କୁ ଏଠାରୁ ରିଲିଫ ନକରିବା ଓ ବଦଳି ଆଦେଶକୁ ସ୍ଥଗିତ ରଖିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦେଶ ମୁତାବକ ସେ ଅଛନ୍ତି ।

ସେପଟେ ଢେଙ୍କାନାଳ ସଦର ବ୍ଲକର ଶିଶୁ କଲ୍ୟାଣ ପ୍ରକଳ୍ପ ଅଧିକାରୀ ଜ୍ୟୋତ୍ସ୍ନା ରାୟ ଗତ ଜୁଲାଇ ମାସରେ ଏଠାରୁ ଦେବଗଡ଼ ଜିଲାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ ପଦୋନ୍ନତି ପରେ ପୁଣି ସେଠାରୁ ଢେଙ୍କାନାଳକୁ ଡିଏସଡବ୍ଲ୍ୟୁ ଭାବେ ବଦଳି ହୋଇ ଆସିଛନ୍ତି । ସେ ମଧ୍ୟ ଜିଲ୍ଲାପାଳଙ୍କ ପାଖରେ ଜଏନିଂ କରିଥିବାରୁ ସରକାରୀ ନିର୍ଦେଶ ମୁତାବକ ଏହି ଆସନ ପାଇଁ ହକଦାର ବୋଲି କହିଛନ୍ତି ।

ଫଳରେ ଗୋଟିଏ ଅଫିସରେ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ସେପଟେ ଏସମ୍ପର୍କରେ ଜିଲ୍ଲାପାଳଙ୍କ ନିରବତା ବେଶ ଆଶ୍ଚର୍ଯ୍ୟ କରୁଛି । ଯାହାକୁ ନେଇ ଏହି କାର୍ଯ୍ୟାଳୟରେ କର୍ମଚାରୀମାନେ ଅଡ଼ୁଆରେ ପଡିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details