ଓଡିଶା

odisha

ETV Bharat / state

ଢେଙ୍କାନାଳରେ ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ - coronavirus latest news

କୋରୋନା ପଜିଟିଭ ଚିହ୍ନଟ ପରେ ଢେଙ୍କାନାଳ ଜିଲ୍ଲା ଗଦିଁଆ ବ୍ଲକର ପିଙ୍ଗୁଆ ସମେତ ୫ଟି ଗ୍ରାମକୁ ପ୍ରଶାସନ ପକ୍ଷରୁ ଅଗଷ୍ଟ୬ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଗଁଦିଅ ବ୍ଲକର ୫ଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ
ଗଁଦିଅ ବ୍ଲକର ୫ଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

By

Published : Aug 1, 2020, 4:07 PM IST

ଢେଙ୍କାନାଳ: ଜିଲ୍ଲାରେ ଶୁକ୍ରବାର ଦିନ ସର୍ବାଧିକ ୯୨ଜଣ କୋରୋନା ପଜିଟିଭ ଚିହ୍ନଟ। ସେଥିମଧ୍ୟରୁ କେବଳ ଗଦିଁଆ ଅଞ୍ଚଳରେ ୮୬ ରହିଥିବାବେଳେ ପିଙ୍ଗୁଆ ଅଞ୍ଚଳର ବ୍ରାହ୍ମଣ ସାହିରୁ ୭୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗଁଦିଅ ଅଞ୍ଚଳବାସୀ ଚିନ୍ତା ବଢିଯାଇଛି।

ଗଁଦିଅ ବ୍ଲକର ୫ଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଦିଁଆ ବ୍ଳକର ପିଙ୍ଗୁଆ ସମେତ ୫ଟି ଗାଁକୁ ଅଗଷ୍ଟ ୬ ତାରିଖଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପିଙ୍ଗୁଆ ବ୍ରାହ୍ମଣ ସାହିର ପ୍ରତ୍ୟକ ପରିବାରର ଲୋକ ସଂକ୍ରମିତ ହୋଇଥିବା ଦେଖାଯାଇଛି। ତେବେ ପିଙ୍ଗୁଆ ସମେତ ଖଣ୍ଡବନ୍ଧ ପଞ୍ଚାୟତ, ଦଶମାଣ ପାଟଣା, ନିହଲପ୍ରସାଦ ଓ ଷଡଙ୍ଗୀ ଆଦି ଗ୍ରାମରୁ ଶୁକ୍ରବାର ଦିନ ୮୬ଜଣଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଫଳରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଏହି ୫ଟି ଗ୍ରାମକୁ ସିଲ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳରେ କଟକଣା କଡାକଡି କରାଯାଇଛି । ଦୋକାନ ବଜାର ସବୁ ବନ୍ଦ ରହିଥିବା ବେଳେ ଗ୍ରାମ ଗୁଡିକୁ ସାନିଟାଇଜ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details