ଓଡିଶା

odisha

ETV Bharat / state

SP ଅଫିସ୍ ସମ୍ମୁଖରେ କନଷ୍ଟେବଳ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ - କନଷ୍ଟେବଳ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିବା ନ୍ୟୁଜ

କନଷ୍ଟେବଳଙ୍କ ନାମରେ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ । ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ

ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନଷ୍ଟେବଳ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ
ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନଷ୍ଟେବଳ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Apr 20, 2022, 10:04 PM IST

ଢେଙ୍କାନଳ: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ କନଷ୍ଟେବଳଙ୍କ ପତ୍ନୀ । କାନୁନର କର୍ମଚାରୀ ହୋଇଥିଲେ ମଧ୍ୟ ଆଇନ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ । ପ୍ରଥମ ପତ୍ନୀ ଥିବା ସତ୍ତ୍ବେ ଆଉ ଏକ ବିବାହ କରିଥିବା ଅଭିଯୋଗ କରିଛନ୍ତି କନଷ୍ଟେବଳଙ୍କ ପତ୍ନୀ । ଏନେଇ ଥାନା ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରି ପରେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା ।

ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନଷ୍ଟେବଳ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଶେଷରେ ଆଜି ବାଧ୍ୟ ହୋଇ କନଷ୍ଟବଳଙ୍କ ପତ୍ନୀ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ସମୟରେ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ତେବେ ଏହି ମହିଳାଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ଜଣକ ଢେଙ୍କାନଳ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମ ବର ସାହିର ଶୈଳବାଳା ସାମଲ ।

ମହିଳାଙ୍କ ଅଭିଯୋଗ ମୁତାବକ, ୨୦୧୨ ମସିହାରେ ଗ୍ରାମର ପବିତ୍ର ନାୟକଙ୍କ ସହ ତାଙ୍କର ବିବାହ ହୋଇଥିଲେ । ପବିତ୍ର ଢେଙ୍କାନାଳ ପୋଲିସ ରିଜର୍ଭରେ କନଷ୍ଟେବଳ ଭାବେ କାର୍ଯ୍ୟରତ । ପବିତ୍ର ତାଙ୍କୁ ନାନା ନିର୍ଯାତନା ଦେଇ ଘରୁ ବାହାର କରିଦେଇ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିଛନ୍ତି । ଏନେଇ ସେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ ଗୁହାରି କେହି ନ ଶୁଣିବାରୁ ବାଧ୍ୟ ହୋଇ ଜୀବନ ହାରିବାକୁ ଚାହୁଁଥିବା କହିଛନ୍ତି ଶୈଳବାଳା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details