ଢେଙ୍କାନାଳ:ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନରେ ଢେଙ୍କାନାଳ ପୌର ପରିଷଦରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୨୩ଟି କାଉନସିଲର ଆସନ ମଧ୍ୟରୁ ୧୮ଟି ଆସନରେ କଂଗ୍ରେସ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ତା ସହିତ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ ପକ୍ଷରୁ ସ୍ମିତାରାଣୀ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଏହି ଅବସରରେ ଢେଙ୍କାନାଳ ପୌର ପରିଷଦ ପାଇଁ କଂଗ୍ରେସର ପ୍ରାର୍ଥୀମାନେ ନିଜ ସମର୍ଥକ ଓ କର୍ମୀଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସ୍ଥାନୀୟ ଗାନ୍ଧୀ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରିଥିଲା । ଏହାପରେ ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ନିକଟରେ କଂଗ୍ରେସ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି ।