ଓଡିଶା

odisha

ETV Bharat / state

ବର୍ଷା ଯୋଗୁଁ 53 ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଛିନ୍ନ

ପ୍ରବଳ ବର୍ଷାରେ କାମାଖ୍ୟାନଗର ଭୁବନ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା. ଅନୁଗୋଳ

By

Published : Sep 7, 2019, 5:26 PM IST

ଅନୁଗୋଳ: ପ୍ରବଳ ବର୍ଷାରେ ଖାଲି ପଶ୍ଚିମ କି ଦକ୍ଷିଣ ଓଡିଶା ନୁହେଁ ଆଭ୍ୟନ୍ତରୀଣ ଓଡିଶା ମଧ୍ୟ ଏକ ପ୍ରକାର ଜଳମଗ୍ନ ହୋଇପଡିଛି । ଢେଙ୍କାନାଳ ଜିଲ୍ଲାର କାମାଖ୍ୟାନଗର ଓ ଭୁବନକୁ ସଂଯୋଗ କରୁଥିବା 53 ନମ୍ବର ଜାତୀୟ ରାଜପଥ ଉପରେ 4 ଫୁଟର ପାଣି ଚାଲିବା ଦ୍ଵାରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ୲ ରାମିଆଳ ଡ୍ୟାମରୁ ଆଜି ଦିନ 11ଟା ରେ ପାଣି ନିଷ୍କାସନ କରାଯାଉଛି ୲

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ଅନୁଗୋଳ


ଫଳରେ ଏହି ବ୍ଲକ ଅନ୍ତର୍ଗତ ଦୟଣାବିଲ ଘୋସରା ଉପରେ ଡମଶାଳ ନାଳ ପାଣି ଚାଲିବାରୁ ଗାଡି ଚଳାଚଳ ଏକପ୍ରକାର ବନ୍ଦ ହୋଇ ଯାଇଛି ୲ ପାଣି ମାଡି ଆସିବାରୁ ଉଭୟ ପାର୍ଶ୍ଵରେ ବହୁ ଗାଡି ଓ ଯାତ୍ରୀ ଅଟକି ରହିଛି । ଏଥି ସହିତ ଘୋଷରାରେ ଥିବା କଂକ୍ରିଟ ରାସ୍ତା ମଧ୍ୟ ଭାସିଯାଇଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details