ଢେଙ୍କାନାଳ: ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇଓ୍ବା ପଛରେ ଦ୍ରୁତବେଗରେ ଆସି ଅନ୍ୟ ଏକ ହାଇଓ୍ବା ଧକ୍କା ଦେଇଛି । ଫଳରେ ପଛ ହାଇଓ୍ବାରେ ଅଗ୍ନିକାଣ୍ଡ ଘଟି ଡ୍ରାଇଭର ଜିଅନ୍ତା ଜଳିଯାଇଥିବା ଜଣା ପଡିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜଡ଼ାପାଳ ଛକ ନିକଟରେ ।
ସୂଚନା ମୁତାବକ, ଦଗ୍ଧ ହୋଇଯାଇଥିବା ଡ୍ରାଇଭର ଜଣକ ହେଲେ ଝାରଖଣ୍ଡର ସୁନୀଲ ଯାଦବ । ଆଜି(ବୁଧବାର) ଭୋର ସମୟରେ ‘‘ଆଶ ଟେକ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’’ କମ୍ପାନୀର ଏହି ହାଇଓ୍ବା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ (BRG) ପ୍ଲାଣ୍ଟରୁ ପାଉଁଶ ବୋଝେଇ କରି କାମାକ୍ଷାନଗର ଆସୁଥିଲା । ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଏହି ପାଉଁଶ ବ୍ୟବହାର ପାଇଁ ଉକ୍ତ ହାଇଓ୍ବାଟି ଆସିଥିଲା l ମାତ୍ର କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ସେହି କମ୍ପାନୀର ଅନ୍ୟ ଏକ ହାଇଓ୍ବାର ପଛପଟୁ ଦ୍ରୁତ ବେଗରେ ଆସୁଥିବା ଏହି ହାଇଓ୍ବାଟି ବେଗ ନିୟନ୍ତ୍ରଣ କରିନପାରି ଧକ୍କା ହୋଇଥିଲା l