ଓଡିଶା

odisha

ETV Bharat / state

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟରେ ରକ୍ତପାତ, ଅମିନଙ୍କ ଆକ୍ରମଣରେ ସହକର୍ମଚାରୀ ଆହତ - ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟରେ ରକ୍ତପାତ । ମଦ୍ୟପ କର୍ମଚାରୀଙ୍କ ଆକ୍ରମଣରେ ଅମିନ ଗୁରୁତର ଆହତ । ଅଧିକ ପଢନ୍ତୁ

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟରେ ରକ୍ତପାତ, ଅମିନଙ୍କ ଆକ୍ରମଣରେ ସହକର୍ମଚାରୀ ଆହତ
ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟରେ ରକ୍ତପାତ, ଅମିନଙ୍କ ଆକ୍ରମଣରେ ସହକର୍ମଚାରୀ ଆହତ

By

Published : Nov 10, 2022, 8:20 AM IST

ଢେଙ୍କାନାଳ:ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମଦ୍ୟପ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ । ଅନ୍ୟ ଜଣେ ସହକର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରି ମୁଣ୍ଡ ଫଟାଇଲେ ଅଭିଯୁକ୍ତ । ଗତକାଲି(ବୁଧବାର) ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ଅନୁଗୁଳ ଦୁବୁରି ସୁକିନ୍ଦା ରେଳପଥର ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର କର୍ମଚାରୀ ସେଠାରେ ଅମିନ ଭାବେ କାର୍ଯ୍ୟରତ ଅନ୍ତର୍ଯ୍ୟାମୀ ନାୟକ ବୋଲି ଜଣାପଡିଛି । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟରେ ରକ୍ତପାତ, ଅମିନଙ୍କ ଆକ୍ରମଣରେ ସହକର୍ମଚାରୀ ଆହତ

ତେବେ ଆକ୍ରମଣକାରୀ ମଧ୍ୟ ଉକ୍ତ ଭୂ ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅମିନ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ନାମ ଲିପୁନ ସ୍ବାଇଁ ବୋଲି ସୂଚନା ମିଳିଛି । ଆକ୍ରମଣ ସମ୍ପର୍କରେ ଆହତ କର୍ମଚାରୀଙ୍କ ପକ୍ଷରୁ ଅଭିଯୋଗ ପରେ ଟାଉନ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ କର୍ମଚାରୀଙ୍କୁ ଥାନାରେ ଅଟକ ରଖିଛି । ଯାହା ସୂଚନା ମିଳିଛି, ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅନ୍ତର୍ଯ୍ୟାମୀ ଅଫିସରେ ବସି କାମ କରୁଥିଲେ । ଏହି ସମୟରେ ଲିପୁନ ସ୍ବାଇଁ ମଦ୍ୟପାନ କରି ଆସି ତାଙ୍କୁ ଗାଳିଗୁଳଜ କରିଥିଲେ ।

ସେ ପ୍ରତିବାଦ କରିବାରୁ ଲିପୁନ ହାତରେ ଏକ ଲୁହା ପଞ୍ଚ ଲଗାଇ ତାକୁ ଆକ୍ରମଣ କରିବା ସହ ମୁଥ ମାରିଥିଲା ବୋଲି ଅଭିଯୋଗ କରିଛନ୍ତି ଆହତ କର୍ମଚାରୀ । ଯାହାଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details