ଓଡିଶା

odisha

ETV Bharat / state

ଏନ୍‌ଏଚ୍‌ରେ ମାତିଲେ ଦୁର୍ବୃତ୍ତ: ଲୁଟିଲେ କୋଇଲା ବୋଝେଇ ଟ୍ରକ୍, ଡ୍ରାଇଭର ଉପରେ କଲେ ଅତ୍ୟାଚାର - ଡ୍ରାଇଭର ଗୋଡ଼ ହାତ ବାନ୍ଧି ଜଙ୍ଗଲକୁ ଫୋପାଡ଼ିଦେଲେ ଦୁର୍ବୃତ୍ତ

ଡ୍ରାଇଭର ଗୋଡ଼ ହାତ ବାନ୍ଧି ଜଙ୍ଗଲକୁ ଫୋପାଡ଼ି ଦେଲେ । ଲୁଟେରାମାନେ ଲୁଟିନେଲେ କୋଇଲା ବୋଝେଇ ଟ୍ରକ । ଏନ ଏଚ-୫୩ର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ବଡ ମୁକ୍ତାପଶି ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ଡ୍ରାଇଭର ଗୋଡ଼ ହାତ ବାନ୍ଧି ଜଙ୍ଗଲକୁ ଫୋପାଡ଼ିଦେଲେ ଦୁର୍ବୃତ୍ତ
ଡ୍ରାଇଭର ଗୋଡ଼ ହାତ ବାନ୍ଧି ଜଙ୍ଗଲକୁ ଫୋପାଡ଼ିଦେଲେ ଦୁର୍ବୃତ୍ତ

By

Published : May 21, 2022, 10:55 PM IST

ଢେଙ୍କାନାଳ :ଟ୍ରକ ଡ୍ରାଇଭରକୁ ଜଙ୍ଗଲରେ ବାନ୍ଧି ଲୁଟିଲେ କୋଇଲା ବୋଝେଇ ଟ୍ରକ । ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭର ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବୋଲେରୋ ଗାଡ଼ି ଓ ୪ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମ ନିକଟରେ ଟ୍ରକ ଅଟକାଇବା ସହ ଡ୍ରାଇଭରକୁ ଜଙ୍ଗଲରେ ହାତ ଗୋଡ ବାନ୍ଧି ପକାଇ ଟ୍ରକ ଲୁଟିନେଇଛନ୍ତି ଦୁର୍ବୃତ୍ତ ।

ଡ୍ରାଇଭର ଗୋଡ଼ ହାତ ବାନ୍ଧି ଜଙ୍ଗଲକୁ ଫୋପାଡ଼ିଦେଲେ ଦୁର୍ବୃତ୍ତ

ଟ୍ରକଟି ତାଳଚେର ହିଙ୍ଗୁଳା ମାଇନ୍ସରୁ କୋଇଲା ବୋଝେଇ କରି ଡୁବୁରୀ ଯାଜପୁର ଯାଉଥିବା ବେଳେ ଲୁଟି ନେଇଥିଲେ । ଚାଳକ ହେଲେ ଦେବଗଡ଼ ଅଞ୍ଚଳର ବେଣୁଧର ଭୋଇ । ଆଜି ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ନିମନ୍ତେ ଗ୍ରାମ ମହିଳା ମାନେ ଯାଇଥିବା ବେଳେ ଡ୍ରାଇଭରକୁ ହାତଗୋଡ ବନ୍ଧା ଅବସ୍ଥାରେ ଦେଖିଥିଲେ। ଏନେଇ ଗାଁ ଲୋକଙ୍କୁ କହିବାପରେ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ମଠକରଗୋଳା ମେଡିକାଲ ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ଡ୍ରାଇଭରଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ତାଙ୍କ ଠାରୁ ମୋବାଇଲ, ପଇସା ଲୁଟ ହୋଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details