ଢେଙ୍କାନାଳ :ଢେଙ୍କାନାଳ ସଦର ଥାନା ବାଙ୍କୁଆଳ ଗ୍ରାମରେ ଆମ୍ବ ତୋଳାକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣରେ ଜଣେ ଶିଶୁ ଓ ମହିଳା ସମେତ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ଜଣେ ୫ବର୍ଷର ଶିଶୁ ଓ ମହିଳା ସମେତ ୪ଜଣ ଗୁରୁତର ହୋଇଛନ୍ତି ।
ଏପରି ଅଭାବନୀୟ କାଣ୍ଡ ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମରେ । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ବାଙ୍କୁଆଲ ଗ୍ରାମର ଲୋକନାଥ ବିଶ୍ୱାଳ, ତାଙ୍କ ପତ୍ନୀ ବାସନ୍ତୀ ବିଶ୍ୱାଳ, ପୁଅ ରାଜା ବିଶ୍ୱାଳ ଓ ୫ବର୍ଷର ନାତି କରଣ ବିଶ୍ୱାଳ ବୋଲି ଜଣାପଡିଛି । ଲୋକନାଥ ବିଶ୍ୱାଳ ଓ ତାଙ୍କ ଭାଇଆଳିଆ ବସନ୍ତ ବିଶ୍ୱାଳଙ୍କର ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା ।