ଢେଙ୍କାନାଳ: ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପୁରୁଣା କାର୍ଯ୍ୟାଳୟକୁ ଦଖଲ କରି ତାଲା ପକାଇଲା ଜିଲ୍ଲା ଓକିଲ ସଙ୍ଘ । ଯୋଗାଣ ବିଭାଗର ପୁରୁଣା ଗୃହ ଜାଗା ସିଭିଲ୍ କୋର୍ଟର ବୋଲି ଆଇନଜୀବୀମାନେ ପୂର୍ବରୁ ଦାବି କରି ଆସୁଥିଲେ ।
ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ନୂତନ ଗୃହକୁ ହସ୍ତାନ୍ତର ପରେ ଖାଲି ପଡିଥିବା ପୁରୁଣା ଗୃହକୁ ଦଖଲ କରିଛି ଜିଲ୍ଲା ଓକିଲ ସଙ୍ଘ । ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଯୋଗାଣ ବିଭାଗର ଏହି ପୁରୁଣା ଗୃହକୁ ତାଲା ପକାଇ ସିଭିଲ କୋର୍ଟ ପରିସର ବୋର୍ଡ ଲଗାଯାଇଛି ।