ଓଡିଶା

odisha

ଶିଶୁ ଦିବସ ପାଳିଲା ଢେଙ୍କାନାଳ ସିଭିଲ କୋର୍ଟ

By

Published : Nov 14, 2021, 10:04 PM IST

ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଢେଙ୍କାନାଳ ସିଭିଲ କୋର୍ଟ ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ ସିଭିଲ କୋର୍ଟରେ ଶିଶୁ ଦିବସ ପାଳନ
ଢେଙ୍କାନାଳ ସିଭିଲ କୋର୍ଟରେ ଶିଶୁ ଦିବସ ପାଳନ

ଢେଙ୍କାନାଳ: ଆଜି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଢେଙ୍କାନାଳ ସିଭିଲ କୋର୍ଟ ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ଢେଙ୍କାନାଳ ସହରର ବିଭିନ୍ନ ସ୍କୁଲର କୁନି କୁନି ପିଲାଙ୍କୁ ନେଇ ଏକ ଖୁସି ପରିବାରର ରୂପରେଖ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି । ଏହି ପ୍ରତିଯୋଗିତାରେ ସହରର ୨୫ ଗୋଟି ସ୍କୁଲର ୩୫ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଆନନ୍ଦ ମାର୍ଗ ସ୍କୁଲର ଓଁ ପ୍ରସାଦ ପ୍ରଥମ, କେନ୍ଦ୍ରିୟ ବିଦ୍ୟାଳୟର ମୁସ୍କାନ ମହାନ୍ତି ଦ୍ୱିତୀୟ ଓ ସରସ୍ୱତୀ ଶିଶୁ ମନ୍ଦିରର ସୁଶ୍ରୀ ସାହୁ ତୃତୀୟ ସ୍ଥାନ ପାଇଥିଲେ ।

ଢେଙ୍କାନାଳ ସିଭିଲ କୋର୍ଟରେ ଶିଶୁ ଦିବସ ପାଳନ

ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଓ ତାଙ୍କ ଅଭିଭାବକ ମାନଙ୍କୁ ନେଇ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ ଶରତ କୁମାର ଦେହୁରୀ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଯୌଥ ହେଉ ବା ଏକକ ପରିବାର, କୌଣସି ବଡ଼ ବିବାଦରେ ବାପା ମା’ଙ୍କ ମଧ୍ୟରେ କଳି ଲାଗି କୋର୍ଟ କଚେରୀରେ ଦଣ୍ଡିତ ହେବା ପରେ କୁନି ଶିଶୁମାନେ ଅବହେଳିତ ହେଉଛନ୍ତି । ଫଳରେ ଏକ ଖୁସି ପରିବାର କ’ଣ ହେବା ଦରକାର ଓ କିପରି ହେବା ଦରକାର ସେ ସମ୍ପର୍କରେ କୁନି କୁନି ପିଲାଙ୍କୁ ନେଇ ଏହି ଚିତ୍ରାଙ୍କନ ମାଧ୍ୟମରେ ଆଜିର ଶିଶୁ ଦିବସ ଅବସରରେ ପ୍ରୟାସ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ଦୌରା ଜଜ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details