ଢେଙ୍କାନାଳ: ଛୁଆ ହାତୀର ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡମୋଳ ଗାଁ ନିକଟ ଧାନ କ୍ଷେତରୁ ଉଦ୍ଧାର କରାଯାଇଛି।
ଢେଙ୍କାନାଳରୁ ମୃତ ହାତୀ ଛୁଆ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜରେ ତିନି ମାସର ହାତୀ ଛୁଆର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଚଲାଇଛି ।
ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର
ଆଜି ସକାଳେ ଗ୍ରାମବାସୀ ମୃତ ହାତୀ ଶାବକକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ରେଞ୍ଜର ସମେତ ବନକର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି। ହାତୀ ଶାବକଟି ମୃତ୍ୟୁର କାରଣ ଜଣାପଡି ନାହିଁ। ମୃତ ହାତୀଟିର ବୟସ ପ୍ରାୟ ୩ ମାସ ହେବ ବୋଲି ଅନୁମାନ କରାଯାଉଛି। ଦୀର୍ଘଦିନ ହେବ ଏ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଧାନ ଫସଲ ଓ ପନିପରିବା ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ