ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା, ଜଳ ଜୀବନ ମିଶନରେ ସାଢେ 3 ଲକ୍ଷ ଲୋକ

ଢେଙ୍କନାଳ ଜିଲ୍ଲାର ଚାରିଟି ବ୍ଲକ ଅଧିନରେ ଥିବା ଗାଁ ପାଇଁ ଜଳ ଜୀବନ ମିଶନରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଜଳ ଜୀବନ ମିଶନ
ଜଳ ଜୀବନ ମିଶନ

By

Published : Mar 7, 2021, 8:17 AM IST

ଢେଙ୍କାନାଳ: ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଜଳ ଜୀବନ ମିଶନରେ ଢେଙ୍କାନାଳ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । ଏ ନେଇ ବିଜେଡି ସମର୍ଥକଙ୍କ ପକ୍ଷରୁ ଖୁସିର ଲହରୀ ଖେଳିଯାଇଛି ।

ଜଳ ଜୀବନ ମିଶନରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ

ଗାଁ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ କ୍ୟାବିନେଟରେ ଜଳ ଜୀବନ ଯୋଜନାରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏ ନେଇ ଢେଙ୍କାନାଳରେ ବିଜେଡି ସମର୍ଥକଙ୍କ ମଧ୍ୟରେ ଖୁସିର ମୋହୋଲ ସୃଷ୍ଟି ହୋଇଛି । ଜିଲ୍ଲାର ଗଁନ୍ଦିଆ ବ୍ଲକର 29ଟି ପଞ୍ଚାୟତ, ସଦର ବ୍ଲକର 12ଟି ବ୍ଲକ, କାମାକ୍ଷାନଗରର 10ଟି ବ୍ଲକ ଓ ଭୁବନ ବ୍ଲକର 18ଟି ପଞ୍ଚାୟତବାସୀଙ୍କୁ ଜଳ ସଂଙ୍କଟରୁ ଏହି ପ୍ୟାକେଜ ରକ୍ଷା କରିବ ବୋଲି କହିଛନ୍ତି ବିଧାୟକ ।

ପ୍ୟାକେଜ ଘୋଷଣା ପରେ ଶୁକ୍ରବାର ସନ୍ଧ୍ୟାରେ ଢେଙ୍କାନାଳ ସହରର ରଥଗଡାଠାରେ ବିଜେଡି କର୍ମୀ ଓ ଗୁଡ଼ିଆକ୍ର ପଞ୍ଚାୟତ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଖୁସିରେ ବାଜା ବଜାଇ ବାଣ ଫୁଟାଇ ନାଚ ଗୀତରେ ମସଗୁଲ ରହିଥିବା ଦେଖା ଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିିଭି ଭାରତ

ABOUT THE AUTHOR

...view details