ଓଡିଶା

odisha

ETV Bharat / state

ଢେଙ୍କାନାଳକୁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର, ଥାନାରେ ଅଭିଯୋଗ - ଢେଙ୍କାନାଳ ଯାଏଁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର

ଢେଙ୍କାନାଳ ଯାଏଁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର । ଡାକ ମଣ୍ଡଳରେ ନକଲି ମାଟ୍ରିକ ସାର୍ଟିଫିକେଟରେ ନିଯୁକ୍ତି ହୋଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

providing fake certificate for postal jobs
providing fake certificate for postal jobs

By

Published : Apr 27, 2023, 3:18 PM IST

ଢେଙ୍କାନାଳକୁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର

ଢେଙ୍କାନାଳ: ଜିଲ୍ଲାକୁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର । ଢେଙ୍କାନାଳ ଡାକ ମଣ୍ଡଳରେ ଜାଲ ମାଟ୍ରିକ ସାର୍ଟିଫିକେଟରେ ସାତ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଏବେ ସନ୍ଦେହ ଘେରକୁ ଆସିଛି । ଉତ୍ତର ପ୍ରଦେଶ ବୋର୍ଡରୁ ମାଟ୍ରିକ ପାସ ସାର୍ଟିଫିକେଟ ଦାଖଲ କରି ଡାକ ବିଭାଗରେ 7ଜଣ ନିଯୁକ୍ତି ପାଇଥିବା ଜଣାପଡିଛି । ମାଟ୍ରିକ ପରୀକ୍ଷା ମାର୍କ୍‌ସିଟ୍‌ରେ ଶତକଡା ୯୫ପ୍ରତିଶତରୁ ଊର୍ଦ୍ଧ୍ବ ମାର୍କ ରଖିଥିବାରୁ ଏବେ ଏହି ସାତ ଜଣ ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ସନ୍ଦେହ କରାଯାଉଛି।

ଏହା ମଧ୍ୟ ପଢନ୍ତୁ-Dantewada Naxalite Attack: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବାଘେଲ

ଗତ 2022 ମସିହାରେ ଢେଙ୍କାନାଳ ଡାକ ମଣ୍ଡଳ ଅଧୀନରେ ଥିବା ମୋଟ 438ଟି ଶାଖା ଡାକଘର ପାଇଁ ଖାଲି ଥିବା ବିପିଏମ, ଏବିପିଏମ ଓ ଡାକ ସେବକ ପାଇଁ ମୋଟ 189ଟି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅନଲାଇନ ଆବେଦନ ପରେ ମାଟ୍ରିକ ନମ୍ବର ମୁତାବକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା । ତେବେ ଏହି ପ୍ରକ୍ରିୟାରେ ମୋଟ 158 ଜଣଙ୍କୁ ନିଯୁକ୍ତି ଦିଆୟାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ 7 ଜଣଙ୍କ ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ବା ଉତ୍ତର ପ୍ରଦେଶ ବୋର୍ଡରୁ ମାଟ୍ରିକ ପାସ ହୋଇ ନିଯୁକ୍ତି ହୋଇଥିଲେ। ତେବେ ଏମାନେ ଦାଖଲ କରିଥିବା ମାଟ୍ରିକ ପରୀକ୍ଷା ମାର୍କ ସିଟରେ ଶତକଡା 95 ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରହିଥିବା ବେଳେ ନମ୍ବର ମୁତାବକ ଜ୍ଞାନ କମ ରହିଛି। ଯାହା ଫଳରେ ସେମାନଙ୍କ ସାର୍ଟିଫିକେଟ ଜାଲ ବୋଲି ସନ୍ଦେହ କରାଯାଉଛି । ନକଲି ସାର୍ଟିଫିକେଟ ମାଧ୍ୟମରେ ନିଯୁକ୍ତି ଯୋଗୁଁ ମେଧାବୀ ଆଶାୟୀ ନିଯୁକ୍ତିରୁ ବଞ୍ଚିତ ହେଉଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୁଦ୍ଧିଜୀବୀ।

ଏନେଇ ଢେଙ୍କାନାଳ ଡାକ ମଣ୍ଡଳ ଅଧିକ୍ଷକ ଜଗଦୀଶ ଦାଶଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ ସେ ମୁହଁ ଖୋଲୁନାହାନ୍ତି । ଜାଲ ସାର୍ଟିଫିକେଟରେ ଚାକିରି ନେଇ ଡାକ ବିଭାଗ ପକ୍ଷରୁ ବିଭାଗୀୟ ଉଚ୍ଛ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିବା ସହ ଢେଙ୍କାନାଳ ପୋଲିସରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇଥିଲେ ମଧ୍ୟ ପୋଲିସ ହାତ ବାନ୍ଧି ବସିରହିଛି । କୌଣସି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇ ନାହିଁ । ଏପରି ସ୍ଥଳେ ଗତ ଦୁଇ ଦିନ ପୂର୍ବେ ଢେଙ୍କାନାଳରୁ ପ୍ରଶାନ୍ତ ସାହୁ ନାମକ ଜଣେ ପେଷାଦାର ଜାଲ ସାର୍ଟିଫିକେଟ ପ୍ରସ୍ତୁତକାରୀକୁ ବ୍ରହ୍ମପୁର ପୋଲିସ ଉଠାଇ ନେଇଥିଲା । ଏହାପରେ ଜାଲ ସାର୍ଟିଫିକେଟ ରାକେଟର ଚେର ଢେଙ୍କାନାଳ ଯାଏଁ ଲମ୍ବିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details