ଢେଙ୍କାନାଳ: ଜିଲ୍ଲାରେ ଜୋର ଧରିଛି ମେଡିକାଲ କଲେଜ ଓ ସିଟି ହସ୍ପିଟାଲ ପ୍ରତିଷ୍ଠା ଦାବି । ଏନେଇ ଶୁକ୍ରବାର ନାଗରିକ କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ବନ୍ଦ ଡାକରା ଦେଇଛି । ଏଥିରେ ଓକିଲ ସଂଘ ଠାରୁ ଆରମ୍ଭ କରି ଜିଲ୍ଲା ସାମ୍ବାଦିକ ସଂଘ, ବାଣିଜ୍ୟ ସଙ୍ଗଠନ, ମିଳିତ ବଜାର କମିଟି, ଘରୋଇ ବସ ମାଲିକ ସଂଘ ସମେତ ଜିଲ୍ଲାର ସମସ୍ତ ସଙ୍ଗଠନ ଓ ରାଜନୈତିକ ଦଳ ସାମିଲ ହୋଇଛନ୍ତି।
ସକାଳ 6ଟାରୁ ଏହି 12ଘଣ୍ଟିଆ ବନ୍ଦ ଡାକରାରେ ବିଭିନ୍ନ ସଙ୍ଗଠନ ସହ ଜନସାଧାରଣ ସମର୍ଥନ ଦେଇ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସହରର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ଦ ପାଳନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ତାଲା ପକାଇବା ସହ ସ୍କୁଲ କଲେଜଠାରୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁ ଅଚଳ କରି ଦିଆଯାଇଛି ।