ଓଡିଶା

odisha

ETV Bharat / state

ଗୁହାଳ ଜଳି ବାଛୁରୀ ଜୀବନ୍ତ ଦଗ୍ଧ, 3 ଲକ୍ଷର ସମ୍ପତ୍ତି ପୋଡି ପାଉଁଶ - calf burnt after fire broke out dhenkanal

ଢେଙ୍କାନାଳ ସାରିଆପଡାରେ ଭୟାବହ ଅଗ୍ନିକାଣ୍ଡ। ୪ ବଖରା ଘର ସହ 3 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଗୁହାଳରେ ନିଆଁ ଲାଗିବାରୁ ବନ୍ଧା ହୋଇଥିବା ଏକ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଛି । ଅଧିକ ପଢନ୍ତୁ

ସାରିଆପଡା ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା ଘର ୩ଲକ୍ଷର ସମ୍ପତ୍ତି ପାଉଁଶ
ସାରିଆପଡା ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା ଘର ୩ଲକ୍ଷର ସମ୍ପତ୍ତି ପାଉଁଶ

By

Published : Feb 1, 2022, 10:11 AM IST

ଢେଙ୍କାନାଳ: ସଦର ଥାନା ସାରିଆପଡାରେ ଭୟାବହ ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟରୁ ଲାଗିଲା, ପୋଡି ପାଉଁଶ ହୋଇଗଲା ୪ ବଖରା ଘରସହ 3ଲକ୍ଷଟଙ୍କାର ସମ୍ପତ୍ତି । ଗତ ରାତ୍ରିରେ ଗ୍ରାମର ନଟବର ନାୟକଙ୍କ ଘର ଓ ଗୁହାଳ ଏହି ଅଗ୍ନିକାଣ୍ଡ ଘଟିଥିଲା ।

ସାରିଆପଡା ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା ଘର ୩ଲକ୍ଷର ସମ୍ପତ୍ତି ପାଉଁଶ

ସୂଚନା ଅନୁଯାୟୀ ଗତରାତିରେ ନଟବରଙ୍କ ଘରେ ନିଆଁ ଲାଗିଥିବା ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ୪ବଖରା ଘର, ଗୁହାଳ ଓ ସମସ୍ତ ଆସବା ପୋଡି ପାଉଁଶ ହୋଇଯାଇଛି । ତେବେ ଗୁହାଳରେ ନିଆଁ ଲାଗିବାରୁ ବନ୍ଧା ହୋଇଥିବା ଏକ ବାଛୁରୀ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ଗାଈ ପୋଡି ହୋଇ ଗୁରୁତର ହୋଇଛି । ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ଢୋଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details