ଓଡିଶା

odisha

By

Published : Nov 23, 2019, 3:21 PM IST

ETV Bharat / state

ଚଳନ୍ତା ବସରୁ ବାହାରିଗଲା ଚକ, 15 ଗୁରୁତର

ଚଳନ୍ତା ବସରୁ ବାହାରିଗଲା ଚକ। ଫଳରେ 15 ଯାତ୍ରୀ ଗୁରୁତର । ଢେଙ୍କାନାଳ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା। ଆଗକୁ ପଢନ୍ତୁ...

ଚଳନ୍ତା ବସରୁ ବାହାରିଗଲା ଚକ


ଢେଙ୍କାନାଳ: ଜିଲ୍ଲାର ଭୁବନ ବାଲିଝାଟି ନିକଟରେ ଓଲଟିଲା ଯାତ୍ରୀବାହୀ ବସ। ଫଳରେ ୧୫ ଯାତ୍ରୀ ଗୁରୁତର। ଏହି ଦୁର୍ଘଟଣାଗ୍ରସ୍ତ ବସରୁ ଚକ ଖସିଯିବା ପରେ ଘଟିଥିଲା ଅଘଟଣ।

ଢେଙ୍କାନାଳରୁ କାମାକ୍ଷାନଗର ଦେଇ ଭୁବନ ଯାଉଥିଲା ‘ଶକ୍ତି’ ନାମକ ଯାତ୍ରୀବାହୀ ବସ। ବାଲିଝାଟି ଛକରେ ପହଞ୍ଚିବା ବେଳେ ହଠାତ ବସର ଆଗ ଚକ ବାହାରି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଓଲଟି ପଡିଥିଲା ବସ। ଯାହା ଫଳରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ଚଳନ୍ତା ବସରୁ ବାହାରିଗଲା ଚକ

ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଗାଡିରେ ନେଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁତର ଯାତ୍ରୀ ଭୁବନ ଓ ସୁକିନ୍ଦା ଅଞ୍ଚଳର ବୋଲି ଜଣାପଡିଛି। ବସଟି ଢେଙ୍କାନାଳରୁ କାମାକ୍ଷାନଗର ଦେଇ ଭୁବନ ଆସୁଥିଲା। ଦୁର୍ଘଟଣା ପରେ ବସ ଚାଳକ ଫେରାର ଥିବା ଜଣାପଡିଛି। ଘଟଣାସ୍ଥଳରେ ଭୁବନ ପୁଲିସ ପହଞ୍ଚି ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details