ଢେଙ୍କାନାଳ: ପୁଣି ରାଜ୍ଯରୁ ଜବତ ହେଲା ବ୍ରାଉନସୁଗାର । ବାଲେଶ୍ବର ପରେ ଭୁବନେଶ୍ବର, ନୟାଗଡ ପରେ ଏବେ ଢେଙ୍କାନାଳରୁ ଜବତ ହେଲା ବିପୁଳ ପରିମାଣର ଧଳା ଜହର । ସହରର ଲକ୍ଷ୍ମୀ ବଜାର ଅଞ୍ଚଳରୁ ୨ ଯୁବକ ଗିରଫ ।
୫ ପୁଡିଆ ବ୍ରାଉନସୁଗାର ଜବତ, ୨ ଗିରଫ - ବ୍ରାଉନସୁଗାର ଜବତ ଖବର
ଢେଙ୍କାନାଳ ଲକ୍ଷ୍ମୀ ବଜାରରୁ ୫ ପୁଡିଆ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ
୫ ପୁଡିଆ ବ୍ରାଉନସୁଗାର ଜବତ, ୨ ଗିରଫ
୫ ପୁଡିଆ ବ୍ରାଉନସୁଗାର ଜବତ, ୨ ଗିରଫ
ସୂଚନା ଅନୁସାରେ, ବ୍ରାଉନସୁଗାର ବିକ୍ରି ସମୟରେ ଢେଙ୍କାନାଳ ଟାଉନ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଲଷ୍ମୀ ବଜାର ଅଞ୍ଚଳରୁ ପୋଲିସ ୫ଟି ପୁଡ଼ିଆ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି । ମାମଲାରେ ସମ୍ପୃକ୍ତ ଗିରଫ ଦୁଇ ଯୁବକ ଲକ୍ଷ୍ମୀ ବଜାରର ବାପୁନି ସ୍ୱାଇଁ ଓ ଲକି ବେହେରା ବୋଲି ଜଣାପଡିଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ