ଓଡିଶା

odisha

ETV Bharat / state

ସୂର୍ଯ୍ୟ ପରାଗରେ ବିରିୟାନୀ: ହେତୁବାଦୀଙ୍କ ବିରୋଧରେ ଏସପିଙ୍କୁ ଭେଟିଲା ଦୈବଜ୍ଞ ବ୍ରାହ୍ମଣ ସଙ୍ଘ

ସୂର୍ଯ୍ୟ ପରାଗରେ ହେତୁବାଦୀଙ୍କ ଚିକେନ ବିରିୟାନୀକୁ ନେଇ ବଢ଼ୁଛି ବିବାଦ । ସାରା ରାଜ୍ୟରେ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଆଜି ଢେଙ୍କାନାଳ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦୈବଜ୍ଞ ବ୍ରାହ୍ମଣ ସଙ୍ଘ । ଅଧିକ ପଢ଼ନ୍ତୁ

ସୂର୍ଯ୍ୟ ପରାଗରେ ବିରିୟାନୀ: ହେତୁବାଦୀଙ୍କ ବିରୋଧରେ ଏସପିଙ୍କୁ ଭେଟିଲା ଦୈବଜ୍ଞ ବ୍ରାହ୍ମଣ ସଙ୍ଘ
ସୂର୍ଯ୍ୟ ପରାଗରେ ବିରିୟାନୀ: ହେତୁବାଦୀଙ୍କ ବିରୋଧରେ ଏସପିଙ୍କୁ ଭେଟିଲା ଦୈବଜ୍ଞ ବ୍ରାହ୍ମଣ ସଙ୍ଘ

By

Published : Oct 30, 2022, 5:51 PM IST

ଢେଙ୍କାନାଳ: ସୂର୍ଯ୍ୟ ପରାଗରେ ଚିକେନ ବିରିୟାନୀ ଖାଇବାକୁ ନେଇ ଟାର୍ଗେଟରେ ହେତୁବାଦୀ । ଏହାକୁ ନେଇ ସାରା ରାଜ୍ୟରେ ସମାଲୋଚନା କରାଯାଉଛି । ଏହାସହ ହିନ୍ଦୁ ଓ ବ୍ରାହ୍ମଣ ସମାଜକୁ ନେଇ ଅପମାନ ଜନକ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି । ଏନେଇ ସାରା ରାଜ୍ୟରେ ହେତୁବାଦୀମାନଙ୍କୁ ତୀବ୍ର ନିନ୍ଦା କରାଯାଉଥିବାବେଳେ ଆଜି ଢେଙ୍କାନାଳ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦୈବଜ୍ଞ ବ୍ରାହ୍ମଣ ସଙ୍ଘ ।

ସୂର୍ଯ୍ୟ ପରାଗରେ ବିରିୟାନୀ: ହେତୁବାଦୀଙ୍କ ବିରୋଧରେ ଏସପିଙ୍କୁ ଭେଟିଲା ଦୈବଜ୍ଞ ବ୍ରାହ୍ମଣ ସଙ୍ଘ

ଗତ ଅକ୍ଟୋବର ୨୫ ତାରିଖ (ଦୀପାବଳୀ ଅମାବାସ୍ୟା) ରେ ସୂର୍ଯ୍ୟ ପରାଗ ସମୟରେ ହେତୁବାଦୀ ସଂଗଠନ ତରଫରୁ ସର୍ବସାଧାରଣରେ ଚିକେନ ବିରିୟାନୀ ଖାଇବା ଓ ବାଣ୍ଟିବା ଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ହିନ୍ଦୁ ଧର୍ମର ପରମ୍ପରାକୁ ଅପମାନ କରାଯିବା ସହ ବ୍ରାହ୍ମଣମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗ କରି ହେତୁବାଦୀ ସଙ୍ଗଠନ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଏତଲା ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ଢେଙ୍କାନାଳ ଦୈବଜ୍ଞ ବ୍ରାହ୍ମଣ ସଙ୍ଘ ହେତୁବାଦୀଙ୍କ ବିରୋଧରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏସପିଙ୍କୁ ଭେଟିଛନ୍ତି ଦୈବଜ୍ଞ ବ୍ରାହ୍ମଣ ସଙ୍ଘ ସଦସ୍ୟ ।

ଦୈବଜ୍ଞ ବ୍ରାହ୍ମଣ ସଙ୍ଘର ଅଭିଯୋଗ ଅନୁଯାୟୀ, ଗତ ସୂର୍ଯ୍ୟପରାଗ ଅବସରରେ କିଛି ହେତୁବାଦୀ ଜ୍ୟୋତିର୍ବିଜ୍ଞାନ ଓ ବେଦ ବିଜ୍ଞାନକୁ ଅପମାନିକ କରିଥିଲେ । ଏହି ଦିନରେ ଆମିଷ ଭକ୍ଷଣ କରିବା ଦ୍ବାରା ସୁସ୍ଥ ସମାଜ ଉପରେ କୁପ୍ରଭାବ ପକାଉଛି । ବୈଦିକ ଧର୍ମକୁ ଅପମାନିତ କରି ବିଭିନ୍ନ ପ୍ରତିକ୍ରିୟା ରଖି ସମାଜରେ ଏକ କଳୁଷିତ ପରମ୍ପରା ସୃଷ୍ଟି କରୁଛନ୍ତି । ଯାହାକି ଏକ ବିକୃତ ମାନସିକତାର ପରିଚୟ ଦେଉଛି । ତେବେ ଏହି ହେତୁବାଦୀ ଗୋଷ୍ଠୀ ତୁରନ୍ତ ସେମାନଙ୍କ ମାନସିକତାରେ ପରିବର୍ତ୍ତନ କରନ୍ତୁ । ଏହାସହ ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏହି ଦୈବଜ୍ଞ ବ୍ରାହ୍ମଣ ସମାଜ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details