ଢେଙ୍କାନାଳ: ସ୍କୁଲ ପାଚେରୀ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳ ବରକୋଟ ଗ୍ରାମରେ ବୋମାମାଡ଼ ହୋଇଛି । ଆକ୍ରମଣରେ ମୁଣ୍ଡିଆ ଶବର ସାହିର ଶ୍ରୀମନ୍ତ ବେହେରା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୁଲିସ ତାଳବରକୋଟରରେ ପହଂଚି ବିଶ୍ୱଭୂଷଣ ମହାନ୍ତି ନାମକ ଜଣେ ଯୁବକକୁ ଗିରଫ କରିବା ସହ ଏକ ଅଫୁଟା ବୋମା ଜବତ କରିଛି । ତେବେ ଏହି ଘଟଣାରେ ଅନ୍ୟମାନେ ଫେରାର ଅଛନ୍ତି । ଏହି ଘଟଣା ପରେ ତାଳବରକୋଟରେ ଉତ୍ତେଜନା ବଢ଼ିବାରେ ଲାଗିଛି ।