ଓଡିଶା

odisha

ETV Bharat / state

ପୁଣି ପୌରଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼, ନିରବଦ୍ରଷ୍ଟା ଟାଉନ ପୋଲିସ - ପୌର ଅଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼

ଜିଲ୍ଲାରେ ଥମିବାର ନା ନେଉନାହିଁ ରାଜନୈତିକ ହିଂସା । ଢେଙ୍କାନାଳ ମ୍ୟୁନସିପାଲିଟିର ନବ ନିର୍ବାଚିତ ବିଜେପି ପୌର ଅଧ୍ୟକ୍ଷାଙ୍କ ଘରକୁ ହେଉଛି ବାରମ୍ବାର ଆକ୍ରମଣ । ଅଧିକ ପଢନ୍ତୁ

ପୁଣି ପୌର ଅଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼, ନିରବଦ୍ରଷ୍ଟା ଟାଉନ ପୋଲିସ
ପୁଣି ପୌର ଅଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼, ନିରବଦ୍ରଷ୍ଟା ଟାଉନ ପୋଲିସ

By

Published : Apr 10, 2022, 1:00 PM IST

ଢେଙ୍କାନାଳ: ଜିଲ୍ଲାରେ ଥମିବାର ନା ନେଉନାହିଁ ରାଜନୈତିକ ହିଂସା । ନବ ନିର୍ବାଚିତ ବିଜେପି ପୌରଧ୍ୟକ୍ଷାଙ୍କ ଘରକୁ ହେଉଛି ବାରମ୍ବାର ଆକ୍ରମଣ । ଏପରି ଆକ୍ରୋଶ ମୂଳକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ମ୍ୟୁନସିପାଲିଟିର ପୌରଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ବାସଭବନ ଉପରେ ତେବେ ସବୁ ଦେଖି ଯେମିତି ନିରବଦ୍ରଷ୍ଟା ସାଜିଛି ଢେଙ୍କାନାଳ ଟାଉନଥାନା ପୋଲିସ ।

ପୁଣି ପୌର ଅଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼, ନିରବଦ୍ରଷ୍ଟା ଟାଉନ ପୋଲିସ

ସୂଚନାଅନୁସାରେ, ଗତ ୩୦ତାରିଖ ରାତିରେ ୫ରାଉଣ୍ଡ ଫାଙ୍କା ଗୁଳି ଚାଳନା ଓ ହତ୍ୟା ଧମକ ପରେ ପୁଣି ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆ ସ୍ଥିତ ବାସ ଭବନ ଉପରେ ହୋଇଛି ବୋମା ମାଡ଼ । ଯାହାର ଭୟାନକ ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ବୃତ୍ତ ମାନେ ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ଏହି ବୋମା ମାଡ଼ କରିଥିବା ବେଳେ ବୋମା ମୁଖ୍ୟ ଫାଟକ ପାଖରେ ପଡି ଯିବାରୁ ଅଧ୍ୟକ୍ଷା ଓ ତାଙ୍କ ପରିବାର ସୌଭାଗ୍ୟ ବଶତଃ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିବା ଜଣାପଡିଛି ।

ତେବେ ବୋମା ମାଡ଼ରେ ତାଙ୍କ ଘରର ପକ୍କା ଫାଟି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚଳିତ ପୌର ଅଧ୍ୟକ୍ଷା ନିର୍ବାଚନରେ ବିଜେପିର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଭାଉଜ ତଥା ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ପତ୍ନୀ ଜୟନ୍ତୀ ପାତ୍ର ବିଜୟ ହୋଇଥିବା ପରେ ପରେ ଏପରି ଦୁଇ ଦୁଇ ଥର ତାଙ୍କ ଘର ଉପରେ ଗୁଳିମାଡ଼ ଓ ବୋମାମାଡ଼ ଘଟଣାରେ ତୀଵ୍ର ଆଲୋଡନ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ: Post election violence: ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଘର ସାମ୍ନାରେ ଫାଙ୍କା ଗୁଳିଚଳନା

ଘଟଣାରେ ମୁଖ୍ୟ ଅଭିଯୁକ୍ତ ୩ଜଣଙ୍କୁ ଟାଉନ ପୋଲିସ ଗିରଫ କରିପାରିନଥିବାରୁ ଏପରି ଆତଙ୍କରାଜ ଚଳାଇଥିବା କୁହାଯାଉଛି । ତେବେ ଗୋଟିଏ ପଟରେ ବିଜେଡିର ପରାଜୟ ଓ ଅନ୍ୟପଟରେ ଢେଙ୍କାନାଳ ପୌରସଂସ୍ଥାରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପାତ୍ର । ସେପଟେ ଏପରି ବାରମ୍ବାର ଆକ୍ରମଣ ପରେ ଅଧ୍ୟକ୍ଷା ଓ ତାଙ୍କ ପରିବାର ଅସୁରକ୍ଷିତ ଥିବାରୁ ସେ ସୁରକ୍ଷା ଲୋଡିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details