ଓଡିଶା

odisha

ETV Bharat / state

ବୋଲେରୋ ଦୁର୍ଘଟଣା: ୨ମୃତ, ୪ଗୁରୁତର - bolero accident parajangar dhenkanal

ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ଦୋଳିଆ ନିକଟରେ ବୋଲେରୋ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚାରିଜଣ ଗୁରୁତର ହୋଇଛନ୍ତି। ଅଧିକ ପଢନ୍ତୁ...

ବୋଲେରୋ ଦୁର୍ଘଟଣାରେ ୨ମୃତ ଓ ୪ଗୁରୁତର
ବୋଲେରୋ ଦୁର୍ଘଟଣାରେ ୨ମୃତ ଓ ୪ଗୁରୁତର

By

Published : Dec 15, 2020, 6:43 AM IST

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଡୋଲିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ହୋଇଛି। ବୋଲେରୋଟି ଧକ୍କା ଖାଇବା ପରେ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ ହୋଇଥିବା ବେଳେ ଡ୍ରାଇଭର ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ବୋଲେରୋ ଦୁର୍ଘଟଣାରେ ୨ମୃତ ଓ ୪ଗୁରୁତର

ସମସ୍ତେ ଅନୁଗୁଳ ଜିଲ୍ଲା ସମଲ ଥାନା ଲଙ୍ଗଳଖୋଲ ଗ୍ରାମର। ଝିଅକୁ ଶାଶୁ ଘର କଙ୍କଡାହାଡ଼ ଥ।ନ। ଅନ୍ତର୍ଗତ ବାମ ଗ୍ରାମକୁ ଛାଡିବାକୁ ଆସି ନିଜ ଗାଁକୁ ଫେରୁଥିଲେ । ଫେରିବା ସମୟରେ ଦ୍ରୁତ ବେଗ ଯୋଗୁଁ ଭାରସାମ୍ୟ ହରାଇ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତକ ୨ଜଣ ମହିଳା ବୋଲି ସୂଚନା ମିଳିଛି। ଗୁରୁତର ମାନେ ହେଲେ ଚେମିଣି ବେହେରା, ସଂପ୍ରଦା ପ୍ରଧାନ, ହାରା ଦାସ ଏବଂ ବୋଲେରୋ ଡ୍ରାଇଭର ବୋଲି ସୂଚନା ମିଳିଛି। ଗାଡିରେ ମୋଟ ୧୧ଜଣ ଯାତ୍ରି ଥିବା ଜଣା ପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details