ଢେଙ୍କାନାଳ: ଜିଲ୍ଲା କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ହେଲେ ମୋଟଙ୍ଗା ଥାନା ହଳଦିଆବାହାଳ ଗ୍ରାମର କୁନ୍ତଳା ରାଉତ । ସେ ଗତ୧୧ତାରିଖରୁ କୁନ୍ତଳା ଘରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ଆଜି ବ୍ରାହ୍ମଣୀ ନଦିରେ ଏକ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସରୁ ଖବର ଦେଇଥିଲେ । ପରେ ପୋଲିସ ଏବଂ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ବ୍ରହ୍ମଣି ନଦୀରୁ ମହିଳାଙ୍କ ମୃତଦେହକୁ
ଉଦ୍ଧାର କରିଥିଲେ l
ସୂଚନା ଯୋଗ୍ୟ ମୋଟଙ୍ଗା ଥାନା ହଳଦିଆବାହାଳ ଗ୍ରାମର କୁନ୍ତଳା ରାଉତ,ଗତ ଗତ୧୧ତାରିଖରୁ ଘରୁ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଫଳରେ ପରିବାର ଲୋକେ ମୋଟଙ୍ଗା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁୁ ଆଜି ସକାଳେ କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ମୃତଦେହ ଦେଖବାକୁ ମିଳିଥିଲା । ଘଟନସ୍ଥଳରେ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ଏହା ପରେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଯାଇଥିଲା । ତେବେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ଏ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ପୋଲିସ l
ଏହା ମଧ୍ୟ ପଢନ୍ତୁ....ପୁରୀରେ ଚାଞ୍ଚଲ୍ୟ, ପୋଖରୀ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର