ଓଡିଶା

odisha

ଓଡିଶା ମୋ ପରିବାରର ରକ୍ତଦାନ ଶିବିର

By

Published : Apr 11, 2021, 7:44 PM IST

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ଠାରେ ଓଡିଶା ମୋ ପରିବାର ଓ ଟାଉନ କ୍ଳବର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅଧିକ ପଢନ୍ତୁ...

ଓଡିଶା ମୋ ପରିବାର  ପକ୍ଷରୁ ରକ୍ତଦାନ ଶିବିର
ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ଠାରେ ଓଡିଶା ମୋ ପରିବାର ଓ ଟାଉନ କ୍ଳବର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଖଣି ଓ଼ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l

ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ଯେପରି ରକ୍ତ ଯୋଗୁ କାହାର ମୃତ୍ୟୁ ନହୁଏ ତାହାକୁ ଗୁରୁତ୍ୱ ଦେଇ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି l ଅଧିକରୁ ଅଧିକ ଯୁବକ, ଛାତ୍ର ଓ଼ ମହିଳାମାନେ କିପରି ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ହାତ କୁ ହାତ ମିଳାଇବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୋ ପରିବାରର ସଂଯୋଜକ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହ ପ୍ରଦାନ କରିଥିଲେ l

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details