ଓଡିଶା

odisha

ଏବିଭିପି ପକ୍ଷରୁ ରକ୍ତଦାନ ଶିବିର

By

Published : May 20, 2021, 6:18 PM IST

ଢେଙ୍କାନାଳ ଜିଲ୍ଲା ଭୁବନ ବିଷ୍ଣୁପ୍ରିୟା ଗ୍ୟାଲେକ୍ସିରେ ଏବିଭିପି ପକ୍ଷରୁ ଗୁରୁବାର ଚାଲିଛି ରକ୍ତଦାନ ଶିବିର । ଅଧିକ ପଢନ୍ତୁ....

ଏବିଭିପି ପକ୍ଷରୁ ରକ୍ତଦାନ ଶିବିର
ଏବିଭିପି ପକ୍ଷରୁ ରକ୍ତଦାନ ଶିବିର

ଢେଙ୍କାନାଳ: ଭୁବନ ବିଷ୍ଣୁପ୍ରିୟା ଗ୍ୟାଲେକ୍ସିରେ ଏବିଭିପି ପକ୍ଷରୁ ଗୁରୁବାର ଚାଲିଛି ରକ୍ତଦାନ ଶିବିର। କୋରୋନା ମହାମାରୀକୁ ନେଇ ସମସ୍ତେ ଟିକା ନେବା ପାଇଁ ସରକାର କରିଛନ୍ତି ବାଧ୍ୟତାମୂଳକ । କିନ୍ତୁ ଟିକା ନେବା ପରେ ରକ୍ତଦାନକୁ କିଛି ଦିନ ପାଇଁ ବାରଣ ଥିବାରୁ ଏବିଭିପି ନେଇଛି ଦୃଢ ପଦକ୍ଷେପ ।

ଏବିଭିପି ପକ୍ଷରୁ ରକ୍ତଦାନ ଶିବିର

ଏବିଭିପି ଛାତ୍ର ସଙ୍ଗଠନର ରାଜ୍ୟ ସଂଘ ନିଷ୍ପତି କ୍ରମେ ପ୍ରତ୍ୟେକ ସ୍ଥାନରେ ଚାଲିଛି ରକ୍ତଦାନ ଶିବିର । ୧୮ ରୁ ୪୦ ବର୍ଷ ବୟସର ଲୋକମାନେ ଟିକା ନେବା ପୂର୍ବରୁ କିପରି ରକ୍ତଦାନ କରିବେ ସେଥିପାଇଁ ଭୁବନ ଏବିଭିପି ସଙ୍ଗଠନ ମଧ୍ୟ କରିଛି ପ୍ରୟାସ।

ସ୍ଥାନୀୟ ବିଷ୍ଣୁପ୍ରିୟା ଗ୍ୟାଲାକ୍ସିରେ ଗୁରୁବାର ଚାଲିଛି ରକ୍ତଦାନ ଶିବିର। ସଙ୍ଗଠନର ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ଅଞ୍ଚଳବାସୀ ଛାତ୍ରଛାତ୍ରୀଙ୍କର ଏହି ପଦକ୍ଷେପ ପାଇଁ ସାଧୁବାଦ ଜଣାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details